Odiapua.com

ଭିଜିଲାନ୍ସ ଜାଲରେ ଏ ସି ଏଫ୍

ପୁରୀ ୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ୱାଇଡ୍ ଲାଇଫ୍ ଡିଭିଜନ୍ ର ଏ ସି ଏଫ୍ ଙ୍କ ବାସଭବନ ଓ କାର୍ଯ୍ୟାଳୟ ସହ ୫ଟି ଜାଗାରେ ଭିଜିଲାନ୍ସ ବିଭାଗର ୫ ଟି ଟିମ୍ ରେଡ୍ ରେ ସାମିଲ୍ ହୋଇଥିଲେ। ପୁରୀ ଅଫିସ୍ ଓ ଭଡାଘର, ଢେଙ୍କାନାଳରେ ଶଶୁର ଘର, ବାଲିଅନ୍ତା ସିସିଲୋ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱର ରମା ଭୋଇ ନଗରରେ ସରକାରୀ ବାସ ଭବନରେ ଚଢାଉ କରି ବେଆଇନ୍ ସମ୍ପତି ଠୁଳ ଅଭିଯୋଗରେ ହୋଇଥିଲା ଚଢଉ। ପୁରୀ ଅଫିସ୍‌ରେ ଚଢଉ ବେଳେ ନଗଦ ୪୩ ହଜାର ଟଙ୍କା ଓ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦଲିଳ ସହ ବ୍ୟାଙ୍କ ପାସ୍ ବୁକ୍ ଜବତ କରିଛନ୍ତି। ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଜ କଷ୍ଟୋଡିକୁ ନେଇ ଭିଜିଲାନ୍ସ ବିଭାଗ ବିସ୍ତୃତ ଭାବେ ପଚରା ଉଚରା ଜାରି ରଖିଛନ୍ତି। ଏତେ ପରିମାଣରେ ଆୟ ବର୍ହିଭୂତ ସମ୍ପତି କିଭଳି ଠୁଳ କଲେ ସେନେଇ ପଚରା ଉଚରା କରାଯିବ ବୋଲି ଭିଜିଲାନ୍ସ ଇନ୍ସିଂପେକ୍ଟର ସୂଚନା ହେଇଛନ୍ତି। ଅପର ପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଶାନ୍ତ ସ୍ୱାଇଁ ଚଢଉ ବେଳେ କିଛି ମିଳିନଥିବା ସେ ସଫେଇ ଦେଇଛନ୍ତି।