Odiapua.com

ଭିଜିଲାନ୍ସ ଚଢ଼ାଉ: ଅମାପ ଆୟ-ବର୍ହିଭୁତ ସମ୍ପତ୍ତି ଠାବ- ଓଡ଼ିଶା ପୋଲିସ୍ ହାଉସିଂ ୱେଲଫେୟାର୍ କର୍ପୋରେସନର ଡେପୁଟି ମ୍ୟାନେଜର୍ ଫୋପାଡ଼ିଲେ ନଗଦ ଟଙ୍କାର ବାକ୍ସ – ୨୨ ପ୍ଲଟ୍, ୩ ବିଲ୍ଡିଂର ମାଲିକ

ଭୁବନେଶ୍ୱର ୯ -୧୧ (ଓଡ଼ିଆ ପୁଅ) ଓଡି଼ଶା ପୋଲିସ ହାଉସିଂ ୱେଲଫେୟାର୍ କର୍ପୋରେସନର ଡେପୁଟି ମ୍ୟାନେଜର୍ ପ୍ରତାପ କୁମାର ସାମଲଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ବିଭାଗ ତାଙ୍କ ଅମାପ ଆୟ-ବର୍ହିଭୁତ ସମ୍ପତ୍ତି ଠାବ କରିଛି।

ଭିଜିଲାନ୍ସ ଏପର୍ଯ୍ୟନ୍ତ ସମୁଦାୟ ୨୨ ଟି ପ୍ଲଟ୍ ଏବଂ ସାମଲଙ୍କ ମାଲିକାନାରେ ଥିବା ୩ ଟି କୋଠା ଥିବା ଜାଣିବାକୁ ପାଇଛି। ତାଙ୍କ ପାଖରେ ଭୁବନେଶ୍ୱରରେ ୧୭ ଟି ପ୍ଲଟ୍ ଏବଂ ୨ ଟି କୋଠା ଏବଂ ବାଲେଶ୍ୱରରେ ୫ ଟି ପ୍ଲଟ୍ ଏବଂ ଗୋଟିଏ କୋଠା ଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଚଢ଼ାଉ ସମୟରେ ଭୟରେ ୨୦ ଲକ୍ଷ ଟଙ୍କା ନଗଦ ଭର୍ତ୍ତି ଥିବା ବାକ୍ସକୁ ପଡ଼ୋଶୀଙ୍କ ଛାତ ଉପରକୁ ଫୋପାଡ଼ି ଦେଇଥିବା ଜଣାପଡ଼ିଛି।

ଏହା ସହ ସାମଲଙ୍କ ବାସଭବନରୁ ୧୮ ଲକ୍ଷରୁ ଅଧିକ ମୂଲ୍ୟର ନଗଦ ସମ୍ପତ୍ତି ମଧ୍ୟ ଜବତ କରିଛନ୍ତି।