Odiapua.com

ଭିକ୍ଷାବୃତ୍ତିରେ ଚଳୁଛି ପରିବାର, ଦୃଷ୍ଟିହୀନ ବାପ-ପୁଅଙ୍କ ଦୁଃଖ ବୁଝିବାକୁ କେହି ନାହାଁନ୍ତି

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛି ମଣିଷଙ୍କ ଦୁଃଖ ସରିବାର ନାଁ ଧରେ ନାହିଁ । ବୋଝ ଉପରେ ନଳିତା ବିଡା ମୁଣ୍ଡାଇବାକୁ ପଡେ । ଭଗବାନଙ୍କର ଏହା ଏକ ବଡ ପରୀକ୍ଷା ବୋଲି କୁହାଯାଏ । ବିପଦ ସମୟରେ ସେ ଆହୁରି ନିଷ୍ଠୁର ହୋଇ ଯାଆନ୍ତି ବୋଲି ଜଣେ ଦୁଃଖିନି ମାଆ କୁହନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବ୍ଲକ କଇଥଖୋଲା ସ୍ଥିତ କାଳନ୍ଦି ଆଡିଆ ସାହିର ସାବିରା ବିବି । ଘଟଣାଟି ଏହିପରି : କଇଥଖୋଲାର ଏହି ସାହିରେ ୬୦ ବର୍ଷିୟ ଜାମସେଦ୍ ଅଲ୍ଲି ସାହାଙ୍କ ଘର । ସେ ଜଣେ ଭଲ ଶ୍ରମିକ ତଥା ଦିନ ମଜୁରିଆ । ପର କିଆରିରେ ମୂଲ ମଜୁରୀ ଲାଗି ପରିବାର ଚଳାଉ ଥିଲେ । ୩୫ ବର୍ଷ ବୟସରେ ତାଙ୍କ ଆଖିର ଦୃଷଯଟି ଶକ୍ତି କମିବାକୁ ଲାଗିଲା । କିଛି ଚିକିସ୍‌ôା ପରେ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଲେ । ସେବେଠାରୁ ସେ ଆଉ ମଜୁରୀ ଲାଗିବାକୁ ଯାଇ ପାରିଲେ ନାହିଁ । ନିଜ କାମ ନିଜେ କରିବାକୁ ମଧ୍ୟ ଅକ୍ଷମ ହୋଇ ପଡିଲେ । ପତ୍ନୀ ସାବିରା ତାଙ୍କର ଅଧା କାମ କରିବାକୁ ବାଧ୍ୟ ହେଲେ । ପରିବାର ଉପରକୁ ପ୍ରଥମ କରି ଏକ ଦୁଃଖର ଝଡ ମାଡି ଆସିଲା । ଏଥିରେ ସାବିରା ଭାଙ୍ଗି ପଡି ନଥିଲେ । ଯାହା ହେଉ ଦୁଃଖ କଷ୍ଟରେ ପରିବାର ଚାଲୁଥିଲା । କିଛି ଉପାୟ ନ ପାଇ ଶେଷରେ ଜାମସେଦ୍ ଧରିଲେ ଭିକ୍ଷା ଥାଳି । ୨୦୧୮ ମସିହାରେ ତାଙ୍କ ସାନ ପୁଅ ଫିରୋଜ ଅଲ୍ଲୀ ସାହାଙ୍କୁ ବିବାହ କରାଇଲେ । ବିବାହର ୬ ମାସ ପରେ ଫିରୋଜଙ୍କ ଆଖିକୁ ଭଲ ଦିଶିଲା ନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିସ୍‌ôା କରାଇଲେ । ଅର୍ଥ ଅଭାବରୁ ଚିକିସ୍‌ôା ଅଧା ବାଟରେ ରହିଲା । ଡାକ୍ତରଙ୍କୁ ଦେଖା କରିବା କିମ୍ବା ଔଷଧ ଖାଇବା ଅସମ୍ଭବ ହୋଇ ପଡିଲା । ୬ ମାସ ପରେ ଫିରୋଜଙ୍କ ଆଖିକୁ ଆଦୌ ଦିଶିଲା ନାହିଁ । ସେ ମଧ୍ୟ ଦୃଷ୍ଟିହୀନ ହୋଇ ଗଲେ । ଗାଡି ଡ୍ରାଇଭର ଥିବା ଫିରୋଜ ଘରେ ବସି ରହିଲେ । ଏହା ଭିତରେ ତାଙ୍କ ଘରେ ଏକ ନୂଆ ଅତିଥି ଶିଶୁ କନ୍ୟା ଜନ୍ନ ନେଲେ । ପରିବାର ଚଳିବାକୁ ଅସୁବିଧା ହେଉ ବା ଅନ୍ୟ କୌଣସି କାରଣ ପାଇଁ ନବ ବିବାହିତା ପତ୍ନୀ ତାଙ୍କୁ ଛାଡି ଚାଲିଗଲେ ବାପ ଘରକୁ । କେବଳ ସେ ଫିରୋଜଙ୍କ ହାତକୁ ଟେକି ଦେଇଗଲେ ଏହି ନବଜାତ ଶିଶୁ କନ୍ୟାକୁ । ଯାହାକି ପରିବାର ପାଇଁ ପୁଣି ଆନିଦେଲା ବଡ ସମସ୍ୟା । ଏତିକିରେ ବିପଦ ବି ସାବିରାଙ୍କ ସଂସାରକୁ ଛାଡୁ ନଥାଏ । ୨୦୧୯ ମସିହାରେ ତାଙ୍କର ବଡ ପୁଅ କିଡିନ୍ ଜନିତ ରୋଗରେ ପୀଡିତ ଥାଇ ମୃତ୍ୟୁ ବରଣ କଲେ । ଏହା ଥିଲା ପରିବାର ପାଇଁ ତୃତୀୟ ଧକ୍କା । ଏବେ ପରିବାର ଚଳିବା ପୁରା ମୁସ୍କିଲ୍ ହୋଇ ପଡିଲା । ଦୃଷ୍ଟିହୀନ ବାପ-ପୁଅଙ୍କ ସାଥିରେ ୧ ବର୍ଷର ଶିଶୁ କନ୍ୟାକୁ ନେଇ ଚଳୁଛନ୍ତି ସାବିରା ଦିଦି । ଘର ଡିହ କେବଳ ତାଙ୍କର ହିଁ ସମ୍ପତି । ଜମି ଜମା ବୋଲି କିଛି ନାହିଁ । ମାଟି କାନ୍ଥ ଚାଳ ଛପର ଘରେ ରହୁଛନ୍ତି ସାବିରାଙ୍କ ପରିବାର । ସରକାରଙ୍କ ପକ୍ଷରୁ କୋଠାଘର ପାଇଁ ସାହାଯ୍ୟ ପାଇ ନାହାଁନ୍ତି ଜାମସେଦ ଅଲ୍ଲୀ ସାହା । କେବଳ ଦିବ୍ୟାଙ୍ଗ ଭତ୍ତା ୫ ଶହ ଟଙ୍କା ମାସିକ ଯାହା ମିଳୁଛି । ପୁଅ ଫିରୋଜର ଆଖି ଭଲ ହେବା ପାଇଁ ଡାକ୍ତର ବାବୁ କହୁଛନ୍ତି ଅପରେସନ୍ ନିହାତି ଦରକାର । ଜାମସେଦ୍‌ଙ୍କ ପାଖରେ ଏଥିପାଇଁ ୧ ଟଙ୍କାଟିଏ ନାହିଁ । ସାହି ଭାଇର ଲୋକଙ୍କ ଠାରି ଅର୍ଥ ମାଗି ଯାହା ଚିକିସ୍‌ôା କରିଥିଲେ । ଏବେ ତ ପରିବାର ଚଳୁଛି ଭିକ୍ଷାବୃତିରେ । ଚିକିସ୍‌ôା ପାଇଁ କେଉଁ ଟଙ୍କା ଆଣିବି । କାହା ପାଖରେ ଯାଇ ଆଉ ଗୁହାରୀ କରିବି କିଏ ବା ଶୁଣିବ । ମୋ ଦୁଃଖ ଶୁଣିବାକୁ କେହି ନାହାଁନ୍ତି । ସରକାରୀ ସହାୟତା ମିଳିଲେ ତାଙ୍କ ୨୫ ବର୍ଷର୍ିୟ ପୁଅର ଦୃଷ୍ଟିଶକ୍ତି ଫେରି ଆସନ୍ତା ବୋଲି ସେ କୁହନ୍ତି ।