Odiapua.com

ଭିକାରୀ ମହମ୍ବଦଙ୍କ ସ୍ମୃତିରେ ଭଜନ ସନ୍ଧ୍ୟା

ନୟାଗଡ଼, ୧୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ରୋଟାରୀ କ୍ଳବ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କ ସ୍ମୃତିରେ ସୋମବାର ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଭିକାରୀ ମହମ୍ମଦଙ୍କ ସଙ୍ଗୀତକୁ ‘ମୁଁ ଆସିଛି ଦେଖି ତୋ କଳାବଦ୍‌କୁ’ର ବେତାର କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଜଗଦୀଶ ରଥ, ପ୍ରାଣକୃଷ୍ଣ ମହାରଣା, ବିଜୟାନନ୍ଦ ମହାପାତ୍ର, ୍ରଅଧ୍ୟାପକ ଆଶୁତୋଷ ମିଶ୍ର, ଉଷା ବାରିକ, ଭୂମିକା ମହାପାତ୍ର, ପ୍ରଭାତ ଦାଶ, ଅଜିତ ଦାଶ ପ୍ରମୁଖ କଣ୍ଠଦାନ କରିଥିଲେ। ସମାଜସେବୀ ରୋଟାରିଆନ ପ୍ରମୋଦ ପଟ୍ଟନାୟକ ସାଂସ୍କୃତିକ ସ୍ମୃତି ଭଜନ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲାବେଳେ ରୋଟାରୀ କ୍ଲବ, ସୁଧା ସାଂସ୍କୃତିକ ଅନୁଷ୍ଠାନ, ଜିଲା ଲେଖକ ପରିଷଦ, ମା’ଫାଉଣ୍ଡେସନ, ଆର୍ଟ ପଏଂଟ, ସଦାନନ୍ଦ ସାହିତ୍ୟ ସଂସଦ, ପରମ୍ପରା ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲାବେଳେ ଲକ୍ଷ୍ମୀଧର ସାହୁ, ନିର୍ମଳ ଚନ୍ଦ୍ର ଶୂରଦେଓ, ଗୋପୀନାଥ ସେଠୀ, ଆଶୁତୋଷ ମିଶ୍ର, ପ୍ରଭାତ ମିଶ୍ର, ଶେଖ ଅବଦୁଲ୍ ଖାଲିକ୍‌, ରଂଜନ ରଶ୍ମୀ ଜେନା, ବିଜୟାନନ୍ଦ ମହାପାତ୍ର, ପ୍ରଦୀପ କୁମାର ସାହୁ ଓ ଅଶୋକ ମଲ୍ଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଶୋକ ମଲ୍ଲ, ବିଜୟାନନ୍ଦ ମହାପାତ୍ର ଓ ଗୋପୀନାଥ ସେଠୀ ସଂଯୋଜନା କରିଥିଲେ।