Odiapua.com

ଭାସିଗଲା ପୋଲ

ବାଲିଗୁଡ଼ା, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଲଗାଣ ବର୍ଷା ହେଲା ସମସ୍ୟା। ଲଗାଣ ବର୍ଷା ହେବା ଫଳରେ ବାଲିଗୁଡ଼ାରେ ଥିବା କଲଭର୍ଟ ପୋଲ ଭାସିଯାଇଥିବା ସୂଚନା ମିଳିଛି। ଫଳରେ ଗାଁ ଲୋକଙ୍କ ପାଇଁ ଏହା ସମସ୍ୟା ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ଏନଏଚ- ୫୯ ମୁଣ୍ଡଳିପଦର ଓ ମୁଣ୍ଡିଗଡ଼ ରାସ୍ତାରେ ଥିବା ଅସ୍ଥାୟୀ କଲଭର୍ଟ ଭାସିଯାଇଛି। ଯାହା ଫଳରେ କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିକୁ ଯିବା ଆସିବା କରିବା ପାଇଁ ଗମନାଗମନ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। କଲଭର୍ଟ ଭାସିବା ଫଳରେ ୨ଟି ପଞ୍ଚାୟତର ଶତାଧିକ ଲୋକେ ପ୍ରଭାବିତ ହୋଇଛନ୍ତି।