Odiapua.com

ଭାଷା ସାହିତ୍ୟର ସାରଥୀ ପୁସ୍ତକମେଳା, ୨୩ତମ ଭଦ୍ରକ ପୁସ୍ତକମେଳାର ଉଦ୍‌ଯାପନୀ ଉତ୍ସବ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା ସାହିତ୍ୟକୁ ବଂଚାଇବାକୁ ହେଲେ ପୁସ୍ତକମେଳାର ଆବଶ୍ୟକତା ରହିଛି । ପୁସ୍ତକର ପ୍ରକାଶନ, ପ୍ରଚାର ଓ ପ୍ରସାର ଦିଗରେ ପୁସ୍ତକମେଳା ଗୁଡିକର ଅବଦାନ ବେଶ୍ ପ୍ରଶଂସନୀୟ । ଏହି କ୍ରମେ ଭଦ୍ରକ ପୁସ୍ତକମେଳା ଆଜି ୨୩ ବର୍ଷରେ ପଦାର୍ପଣ କରିଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଏହି ଅନୁଷ୍ଠାନର ଭୂମିକା ଉଲ୍ଲେଖନୀୟ ବୋଲି ସନସାଇନ ମିଶନ ସ୍କୁଲ ସନ୍ନିକଟ ମନମୋହନ ସଂଗୀତ ପରିଷଦ ପଡିଆରେ ଅନୁଷ୍ଠିତ ୨୩ତମ ଭଦ୍ରକ ପୁସ୍ତକମେଳାର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକମେଳା ଲୋକମାନଙ୍କ ଭିତରେ ପୁସ୍ତକ ପଢିବାର ଆଗ୍ରହକୁ ଉଦ୍ରେକ କରାଇଛି ଓ ମେଳା ପରିସରରେ ଏକ ବୌଦ୍ଧିକ ବାତାବରଣ ସୃଷ୍ଟି କରାଇପାରିଛି ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଆଜି ଡିଜିଟାଲ ଯୁଗରେ ମୌଳିକ ପୁସ୍ତକର ପଠନ ଆବଶ୍ୟକତା ରହିଛି ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଡା. ରବିନ୍ଦ୍ର କୁମାର ନାୟକ ଯୋଗଦେଇ ନୂଆ ଦୁନିଆ ତିଆରି ହେବା ମୂଳରେ ମଣିଷ ସମାଜ ପାଇଁ ପୁସ୍ତକ ହିଁ ପରମ ବନ୍ଧୁ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଡା. ପ୍ରଦୀପ କୁମାର ନାୟକ ଯୋଗଦେଇ ପୁସ୍ତକମେଳା ଏକ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କାନାରା ବ୍ୟାଙ୍କର ଏଜିଏମ୍ ପି. ମଧୁସୂଦନ ରାଓ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଦ୍ରକ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ କାମିନୀ ରଂଜନ ଦଳାଇ ଯୋଗଦେଇ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଯୋଗୁଁ ପୁସ୍ତକ ଅଧ୍ୟୟନ ଓ କ୍ରୟ ବିକ୍ରୟର ପ୍ରବଣତା ଆମ ନୂଆ ପିଢିଙ୍କ ଠାରେ ହ୍ରାସ ହୋଇଥିଲେ ମଧ୍ୟ ପୁସ୍ତକର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ ।

ଏହି ସାରସ୍ୱତ ଉତ୍ସବରେ ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ବସନ୍ତ କୁମାର ମହାନ୍ତି, ଓରିଏଣ୍ଟ ପବ୍ଲିସର୍ସର ସତ୍ୱାଧିକାରୀ ମନୋରଂଜନ ଦାସ ପ୍ରମୁଖ ଯୋଗଦେଇଥିବାବେଳେ ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୈକୁଣ୍ଠ ବିଶ୍ୱାଳ ମଂଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୃଷି କବି ଅରୁଣ ପାତ୍ର ଧନ୍ୟବାଦ ଦେଇଥିଲେ । ଭଦ୍ରକ ପୁସ୍ତକମେଳା ସମ୍ମାନ ୨୦୨୩ ବର୍ଷିୟାନ ସାହିତ୍ୟିକ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ସ ପୁସ୍ତକମେଳାର ପ୍ରତିଷ୍ଠାତା ସଂପାଦକ ଅକ୍ଷୟ କୁମାର ବାରିକଙ୍କ ସ୍ମୃତିରେ ‘ବହି ମଣିଷ’ ସମ୍ମାନ କବି ବିକାଶ ଚନ୍ଦ୍ର ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦୋକ ମହେଶ ଚନ୍ଦ୍ର ସ୍ୱାଇଁ, ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମାନସ ରଂଜନ ରାୟ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ, ଭାରତୀୟ ଡାକ ବିଭାଗ ଭଦ୍ରକ ଶାଖା, ସାଇ ନୃତ୍ୟ ଏକାଡେମୀର ଅଧ୍ୟକ୍ଷା ପୁଷ୍ପମିତ୍ରା ବେହେରା, ମନ୍ଦିରା ନୃତ୍ୟ ଏକାଡେମୀର ଶ୍ୱେତପଦ୍ମା ଜେନା, ଉତ୍ସବ ନଅତ୍ୟ ଅନୁଷ୍ଠାନର ରିଚିସ୍ମିତା ମହାନ୍ତି, ମନମୋହନ ସଂଗୀତ ପରିଷଦର ତେଜସ୍ୱିନୀ ପଲାଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ସାହୁ, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ବାସୁଦେବ ବାରିକ, ଶାନ୍ତନୁ କୁମାର ରାଉତ, ଦୁଃଶାସନ ମହାନ୍ତି, ଚର୍ଚ୍ଚିକା ମହାପାତ୍ର, ରାମ ନାରାୟଣ ମହାନ୍ତି, ପଦ୍ମନ ରାୟ, ରମେଶ ଦାସ, ଅଭୟ ଦାସ, ପବିତ୍ର ପାଣିଗ୍ରାହୀ, ଦତ୍ତାତ୍ରେୟ ଦାସ, ନିତ୍ୟାନନ୍ଦ ମିଶ୍ର, ଲକ୍ଷ୍ମୀକାନ୍ତ ବାରିକ, ଅରୂପାନନ୍ଦ ନାୟକ, ଅଂଶୁମାନ ସ୍ୱାଇଁ, ଦିଲ୍ଲୀପ ଖୁଣ୍ଟିଆ, କାଳନ୍ଦୀ ମଲ୍ଲିକ, ପଙ୍କଜ କୁମାର ବଳ, ସମୀରକାନ୍ତ ଦାସ, କିଶୋର କୁମାର ଲଢା, ସତ୍ୟ ସାମଲ, ସଂଗ୍ରାମ ସାହୁ, ମନୋରଂଜନ ନାୟକ, ପତିତ ପାବନ ପାଣି, ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।