Odiapua.com

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର ଆହତ

ବଲାଙ୍ଗୀର ୧୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ର ଚନ୍ଦନଭାଟି ଫାଣ୍ଡି ଅନ୍ତର୍ଗତ ସାଲେପାଲି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଟିକେ‌ଶ୍ୱର ଧରୁଆ (୬୦) ଗୁରତର ଭାବେ ଆହତ ହୋଇଛନ୍ତି।। ଟିକେ‌ଶ୍ୱର ପ୍ରତିଦିନ ପରି ଗତକାଲି ସନ୍ଧ୍ୟାରେ ତାଙ୍କ ଚାଷ ଜମିକୁ ଚଣା ଜଗିବା ପାଇଁ ଯାଇଥିଲେ। ଚାଷ ଜମିରେ ଭାଲୁ ଟିକେ‌ଶ୍ୱରଙ୍କୁ ଆକ୍ରମଣ କରିଥିଲା।ଆଜି ଭୋରରୁ ତାଙ୍କୁ ଭାଲୁ ଆକ୍ରମଣ କରିଛି ବୋଲି ପରିବାର ଲୋକେ ଖବର ପାଇ ଟିକେଶ୍ୱରଙ୍କୁ ବିଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଟିକେ‌ଶ୍ୱରଙ୍କୁ ପ୍ରାଥମିକ ଚିକିତ୍ସା କରାଇ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଟିକେଶ୍ୱରଙ୍କ କହିବା ଅନୁଯାୟୀ ଶୌଚ କରିବା ପାଇଁ ଯାଉଥିବା ସମୟରେ ପଛପଟୁ ଭାଲୁ ଆସି ତାଙ୍କ ପିଠି, ମୁହଁ ଏବଂ ମୁଣ୍ଡରେ ଗଭୀର କ୍ଷତ କରିଛି। ସେ ଅତି ଗରିବ ପରିବାରର ହୋଇଥିବାରୁ ତାଙ୍କୁ କିଛି ସରକାରୀ ସାହାଯ୍ୟ ମିଳୁ ବୋଲି ଗ୍ରାମବାସୀ ଅନୁରୋଧ କରୁଛନ୍ତି।