Odiapua.com

ଭାର୍ଚୁଆଲ ମାଧ୍ୟମରେ ଓଡିଶା ଇତିହାସ ହିନ୍ଦୀ ସଂସ୍କରଣ ପୁସ୍ତକ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଉନ୍ମୋଚନ ଉତ୍ସବ ସିଧାପ୍ରସାରଣ

ମାଲକାନଗିରି,୧୦ା୪( ଓଡିଆ ପୁଅ ) ବିଶିଷ୍ଠ ସ୍ୱାଧିନତା ସଂଗ୍ରମୀ ଓଡିଶା ମାଟିର ମହାନ ବୀରପୁତ୍ର ଡକ୍ଟର ହରେକୃଷ୍ଣମହତାବ ଙ୍କ ଦ୍ୱାରା ଲିଖିତ ଓଡିଶା ଇତିହାସ ର ହିନ୍ଦୀ ସଂସ୍କରଣ ପୁସ୍ତକକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଡି ଭର୍ଚୁଆଲ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ଡକ୍ଟର ମହତାବ ଗାନ୍ଧିଙ୍କ ଡାକରାରେ ସ୍ୱାଧିନତା ଆନ୍ଦୋଳନରେ ଓଡିଶାର ନେତୃତ୍ୱ ନେଇ କାରାବରଣ ବେଳେ ଓଡିଶା ଇତିହାସ ପୁସ୍ତକ ରଚନା କରିଥିଲେ,ଏହା ଓଡିଆ ଓ ଇଂରାଜୀ ଭାଷାର ସଂସ୍କରଣ ଥିବା ବେଳେ ହିନ୍ଧୀଭାଷାରେ ନଥିଲା, ଏବେ ହିନ୍ଧୀ ସଂସ୍କରଣ ଓଡିଶା ଇତିହାସ ପୁସ୍ତକଟିକୁ ଲୋକର୍ପଣ କରାଯାଇଛି ବୋଲି ପ୍ରଧନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ । ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ରେ କେନ୍ଦ ୍ରପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକ ସାଂସଦ ଶ୍ରୀ ଭତୃହରି ମହତାବ ଉପସ୍ଥିତ ରହି ଡକ୍ଟର ହରେକୃଷ୍ଣ ମହତାବଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବାସହିତ ତାଙ୍କର ସ୍ୱାଧିନତା ସଂଗ୍ରାମୀ ଜୀବନୀ ଉପରେ ଆଲୋକ ପାତ କରିଥିଲେ ।
ମାଲକାନଗିରି ଜିଲ୍ଲା ସଂସ୍କୃତି ଭାବନ ଠାରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ର ସିଧାପ୍ରସାରଣ କରାଯାଇଥିଲା । ଏହି ଅବସରରେ ମାଲକାନଗରି ବିଧାୟକ ଆଦିତ୍ୟ ମାଢି,ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଣାଳୟର ଏସଡିସି ସ୍ଥିତିପ୍ରଜ୍ଞା ଦାଶ,ସହରର ବହୁ ବୁଦ୍ଧି ଜୀବୀ,ସାମ୍ବାଦିକ,ମହାତାବପ୍ରେମୀ,ସମାଜସେବି ମାନେ ଉପସ୍ଥିତି ରହି ପୁସ୍ତକ ଉନ୍ମୋଚନର ବିରଣୀ ଦେଖିଥିଲେ । ଅସହଯୋଗ ଆନ୍ଦୋଳନରୁ ଆରମ୍ଭ କରି ଲବଣସତ୍ୟାଗ୍ରହ ଓ ଭାରତ ଛାଡ ଆନ୍ଦୋଳନ ସଂପର୍କରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲେ ।