Odiapua.com

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ ଜଣେ ଗୁରୁତର

ପାଟଣା ୨୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ବାରିଆ ଥାନା ବର୍ହାପଶି ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଇକରେ ଦୁଇ ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟିହୋଇଥିଲା। ମୃତ ବ୍ୟକ୍ତି ଜଣକ ହେଲେ ସଦର ଥାନା ଖପରାଖଇ ଗ୍ରାମର ହିମାଂଶୁ ମହାନ୍ତ ଏବଂ ଗୁରୁତର ଚିତରଞ୍ଜନ ମହାନ୍ତ ଘଟଣା ସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରିବା ସହିତ ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଗୁରୁତର ଯୁବକ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।