Odiapua.com

ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିଲା, ଡ୍ରାଇଭର ଗୁରୁତର

ହରିଚନ୍ଦନପୁର, ତା ୨୦ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ରେମାଳଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଓଲଟି ପଡ଼ିଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ହୋଇଥିଲେ । ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଚାଳକଙ୍କ ଜଣଙ୍କ ଖଡ଼ିବାହାଳୀ ଗ୍ରାମର ବୁଲୁ ନାଏକ ବୋଲି ଜଣାପଡ଼ିଛି ।