Odiapua.com

ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଲା ସ୍କୁଟି, ଜଣେ ମୃତ ଦୁଇଜଣ ଗୁରୁତର ଆହାତ

ହରିଚନ୍ଦନପୁର, ତା ୨୧ ଜାନୁୟାରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ଗେହ୍ଲାଚାପଲ ଗ୍ରାମ ନିକଟରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥି ଅନ୍ୟ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ତିନିଜଣ ଯୁବକ ସ୍କୁଟିରେ ସୁନାପେଣ୍ଠ ସାପ୍ତାହିକ ହାଟରୁ କାମ ସାରି ଫେରିବା ସମୟରେ ଭାରସ୍ୟାମ ହରାଇ ସ୍କୁଟିଟି ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାଥିରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମୃତ ଯୁବକ ଜଣଙ୍କ ବଣିଟାଙ୍ଗର ଗ୍ରାମର ମଙ୍ଗଲ ମୁଣ୍ଡା ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ନ୍ୟୁଜ ଲେଖାହେବା ପର୍ଯ୍ୟନ୍ତ ମିଳିପାରିନାହିଁ । ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।