Odiapua.com

ଭାରତ-ଶ୍ରୀଲଙ୍କା ଟି-୨୦: ଭାରତ ଜୀତିଲା ଟସ୍, ବର୍ଷା ଆରମ୍ଭ – ଜାଣନ୍ତୁ କିଏ କେତେ ଥର ଜୀତିଛି

ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଗୌହାଟୀରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ୩ଟି ମ୍ୟାଚର ଟି-୨୦ ସିରିଜ୍। ପ୍ରଥମ ମ୍ୟାଚ୍ ରେ ବର୍ଷା ଆରମ୍ଭ ହୋଇଛି। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହେବ। ଏହି ମ୍ୟାଚ୍ ଗୌହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ରେ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲୀ ଟସ ଜୀତିକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି। କିନ୍ତୁ ଟସର କିଛି ସମୟ ପରେ ପଡ଼ିଆରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ସମୟାନୁସାରେ ୭ ଟା ସମୟରେ ଶ୍ରୀଲଙ୍କା ଟିମକୁ ବଡ଼ ସ୍କୋର ବନାଇବା ପାଇଁ ଆଶା ରଖି ବ୍ୟାଟିଂ କରିବାକୁ ଓହ୍ଲାଇବାକୁ ଥିଲା, କିନ୍ତୁ ମ୍ୟାଚ୍ ନିଜର ନିର୍ଦ୍ଧାରିତରେ ଆରମ୍ଭ ହୋଇପାରିଲା ନାହିଁ।

ଭାରତୀୟ ଟିମରେ ୪ଜଣ ଫାଷ୍ଟ ବୋଲର୍

ଅଧିନାୟକ ବିରାଟ କୋହଲୀ ବର୍ଷ ୨୦୨୦ ର ପ୍ରଥମ ମ୍ୟାଚ୍ ରେ ୪ଜଣ ଫାଷ୍ଟ ବୋଲର୍ସଙ୍କୁ ଖେଳାଉଛନ୍ତି। ଯେଉଁଥିରେ ଚତୁର୍ଥ ଫାଷ୍ଟ ବୋଲର୍ ଶିବମ ଦୁବେ ଅଟନ୍ତି, ଯିଏକି ଅଲରାଉଣେ୍ଡର ମଧ୍ୟ। ଶିବମଙ୍କ ବ୍ୟତୀତ ଜସପ୍ରୀତ ବୁମରାହ, ଶାର୍ଦୁଲ ଠାକୁର ଏବଂ ନବଦୀପ ସୈନୀଙ୍କୁ ଟିମରେ ସାମିଲ କରାଯାଇଛି। କୁଲଦୀପ ୟାଦବ ଏବଂ ୱାଶିଂଗଟନ ସୁନ୍ଦରଙ୍କୁ ମଧ୍ୟ ସ୍ପିନ ବୋଲିଂ ବିଭାଗରେ ଜାଗା ମିଳିଛି।

ଏ ପର୍ଯ୍ୟନ୍ତ ଏପରି ଦୁଇ ଟିମ୍ ର ମ୍ୟାଚ ଫଳାଫଳ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବର୍ଷ ୨୦୦୯ ରେ ଏ ପର୍ଯ୍ୟନ୍ତ ସର୍ବମୋଟ ୧୬ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ୧୧ଟି ମ୍ୟାଚ୍ ଭାରତୀୟ ଟିମ ଜୀତିଛି, କେବଳ ୫ ଥର ଶ୍ରୀଲଙ୍କା ଟିମ ଜୀତିବାର ସୌଭାଗ୍ୟ ପାଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ପର୍ଯ୍ୟନ୍ତ ହୋଇଥିବା ୬ଟି ଦ୍ବିପକ୍ଷୀୟ ଟି-୨୦ ସିରିଜ୍ ରେ ଗୋଟିଏ ମଧ୍ୟ ଶ୍ରୀଲଙ୍କାର ଟିମ ସିରିଜ୍ ଜୀତିପାରିନାହିଁ। ଅବଶ୍ୟ, ଗୋଟିଏ ସିରିଜ୍ ରେ ଦୁଇଟି ମ୍ୟାଚର ଟି-୨୦ ସିରିଜ୍ ୧-୧ ରେ ବରାବର ହୋଇଥିଲା।

ଶ୍ରୀଲଙ୍କା (ପ୍ଲେଇଙ୍ଗ ଇଲେଭେନ): ଦନୁଷ୍କା ଗୁଣାଥିଲାକା, ଅବିଷ୍କା ଫର୍ନାଂଡୋ, କୁସଲ ପରେରା (ୱିକେଟ କିପର), ଓଶାଦା ଫର୍ନାଂଡୋ, ଭାନୁକା ରାଜପକ୍ଷେ, ଧନଂଜୟା ଡି ସିଲ୍ଭା, ଦାସୁନ ଶନାକା, ଇସୁରୁ ଉଡାନା, ବାନିନ୍ଦୁ ହସରଂଗା, ଲାହିରୁ କୁମାରା, ଲସିଥ ମଲିଂଗା (ଅଧିନାୟକ)।

ଭାରତ (ପ୍ଲେଇଙ୍ଗ ଇଲେଭେନ): ଶିଖର ଧୱନ, ଲୋକେଶ ରାହୁଲ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ କିପର), ଶିବମ ଦୂବେ, ୱାଶିଂଗଟନ ସୁନ୍ଦର, କୁଲଦୀପ ୟାଦବ, ଶାର୍ଦୁଲ ଠାକୁର, ନବଦୀପ ସୈନୀ, ଜସପ୍ରୀତ ବୁମରାହ।