Odiapua.com

ଭାରତ ଯୋଡ଼ ପଦଯାତ୍ରା ପାଇଁ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରସ୍ତୁତି

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନ୍ୟାକୁମାରୀ ଠାରୁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡ଼ ପଦଯାତ୍ରା। ରାହୁଲ ଗାନ୍ଧୀ ଏହି ପଦଯାତ୍ରାର ନେତୃତ୍ୱ ନେଇଛନ୍ତି। ଇତିମଧ୍ୟରେ ଶ୍ର୍ରୀ ଗାନ୍ଧୀ ୫ଟି ରାଜ୍ୟ ପଦଯାତ୍ରାରେ ଅତିକ୍ରମ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ଚାଲିଛନ୍ତି। ଏହିକ୍ରମରେ ଓଡିଶାରେ ମଧ୍ୟ ଭାରତ ଯୋଡ଼ ପଦଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହେବ। ତେବେ ଭଦ୍ରକରେ ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ସଂଚାଳନା ଓ ବରିଷ୍ଠ କଂଗ୍ରେସ ନେତା ଆଶ୍ରଫ ଅଲ୍ଲୀ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସେଲର ସଭାପତି ରିଆଜଉଲ୍ଲ ହକ୍ ଓ ରାଜ୍ୟ ସଂଖ୍ୟାଲଘୁ ସେଲ ପ୍ରଭାରୀ ଅବଦୁଲ କଲାମ ଖାନ ଯୋଗଦେଇ ଉକ୍ତ ପଦଯାତ୍ରାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତେବେ ଭଦ୍ରକରେ ହେବାକୁ ଥିବା ଭାରତ ଯୋଡ଼ ପଦଯାତ୍ରାରେ ଯେଗଳି ଭାବରେ ଅଧିକରୁ ଅôଦକ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ସାମିଲ ହେବେ ସେଥି ନେଇ ବ୍ୟାପକ ବିଚାର ବିମର୍ଷ କରାଯାଇଥିଲା। ବିଶେଷ କରି ଦେଶରେ ଯେପରି ଭାବରେ ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ି ଚାଲିଛି, ସେଥିରେ ରୋକ ଲାଗାଇବା ପାଇଁ ଉକ୍ତ ପଦଯାତ୍ରା ବିଶେଷ ଗୁରୁତ୍ୱ ବହନ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ସମୟରେ ସବୁ ସ୍ଥାନରେ ବିପୁଳ ଜନ ସମର୍ଥନ ମିଳୁଛି। ତେଣୁ ଏହି ଭାରତ ଯୋଡ଼ ପଦଯାତ୍ରା ଦେଶର ରାଜନୈତିକ ଭବିଷ୍ୟତକୁ ଏକ ନିର୍ଣ୍ଣାୟକ ମୋଡ ଦେବ ବୋଲି ଦୁଇ ପ୍ର୍ରଭାରୀ ମତଦେଇଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି, ରାଜନ ଲାହା, ସେକ ସିରାଜୁଦ୍ଦିନ, ଅବଦୁଲ ସଲାମ, ରବି ମହାପାତ୍ର, ମତଲୁବ ଅଲ୍ଲୀ ଖାନ, ଏନାମୁଲ ହକ୍‌, ମିର୍ଜା ଏକ୍ରାମ, ସେକ ସାହିଲ କାଦ୍ରୀ, ରେହାନା ବିବି, ହାସିନା ବାନୋ, ଫେଣ୍ଟୁ ଆଲାମ, ଫୈଜାନ ଅଲ୍ଲୀ, ମୋରାଦ ଖାନ, ବିଜୟ ବାରିକ, ରଂଜନ ଜେନା ପ୍ର୍ରମୁଖ ଉପସ୍ଥିତ ରହି ଉକ୍ତ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।