Odiapua.com

ଭାରତ ଯୋଡ଼ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ମନୋଜ ସାହୁ ମନୋନୀତ

ଭୁବନେଶ୍ୱର ୧୯.୯ (ଓଡ଼ିଆ ପୁଅ) : ଭାରତ ଯୋଡ଼ ଓଡ଼ିଶା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାଜ୍ୟ କଂଗ୍ରେସ ସେବା ଦଳ ଷ୍ଟିୟରିଂ କମିଟିର ସଦସ୍ୟ ଶ୍ରୀ ମନୋଜ ସାହୁଙ୍କୁ ମୁଖ୍ୟ ସଂଯୋଜକ ଓ ଷ୍ଟିୟରିଂ କମିଟିର ଅନ୍ୟତମ ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା, ଆଡ଼ଭୋକେଟ ରମେଶ ବରାଳ ଓ ମହମ୍ମଦ ସହାଦୁଲ୍ଲାଙ୍କୁ ସଂଯୋଜକ ଏବଂ ମିଡ଼ିଆ ସଂଯୋଜକ ଭାବେ ସମାଜସେବୀ, ପୂର୍ବ ସୈନିକ, ରୋଟାରିୟାନ ବରୁଣ ରାଜଙ୍କୁ ମନୋନୀତ କରିଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏହି ତିନିମାସିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା କର୍ମକର୍ତ୍ତାମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆସନ୍ତା ଅକ୍ଟୋବର ୧୫ ଓ ୧୬ ତାରିଖରେ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହେବ। ଏହି ଶିବିରକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦ୍‌ଘାଟନ କରିବେ ଓ ବିଶିଷ୍ଟ ଗାନ୍ଧିବାଦୀ ନ୍ୟାୟମୂର୍ତ୍ତି ଶ୍ରୀ ମନୋରଞ୍ଜନ ମହାନ୍ତି ଓ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଶିବିରାର୍ଥୀମାନଙ୍କୁ ଗାନ୍ଧୀ ଦର୍ଶନ ଉପରେ ବକ୍ତବ୍ୟ ରଖିବେ।