Odiapua.com

ଭାରତ ଯୋଡ଼ –ଓଡ଼ିଶା ପରିବର୍ତ୍ତନ ଯାତ୍ରା ପଂଚମ ଦିନରେ ପାଣିକୋଇଲି ଠାରେ ପଂହଚିଲା

ଭୁବନେଶ୍ୱର ୬.୧୧ (ଓଡ଼ିଆ ପୁଅ) – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ବିଜେଡ଼ି ସରକାର ଓ ବିଜେପି ସରକାରର ଶାସନ ନାଜିବାଦୀ ଶାସନ ଠାରୁ ଅଧିକ ଭୟଙ୍କର ଓ ନିଷ୍ଠୁର। ନିଜ ଦଳକୁ ସବଳ କରିବାପାଇଁ ଏମାନେ ସାଧାରଣ ଜନତାଙ୍କର ଅର୍ଥ ହରିଲୁଟ କରନ୍ତି, ଗଣତନ୍ତ୍ରର କଣ୍ଠରୋଧ କରନ୍ତି ଏବଂ ଲୋକଙ୍କର ନ୍ୟାର୍ଯ୍ୟ ଅଧିକାରକୁ ଛଡ଼େଇ ନିଅନ୍ତି। ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଏସିଆର ବୃହତ ଶିଳ୍ପାଚଂଳ ହୋଇଥିବା ବେଳେ ଯାଜପୁର ଜିଲ୍ଲରେ ବେକାରୀ ସମସ୍ୟା ଅତ୍ୟନ୍ତ ଉତ୍କଟ କାହିଁକି? ଏହି ଯାଜପୁର ଜିଲ୍ଲାକୁ ସରକାର ଶୋଷଣ କରିଚାଲିଛନ୍ତି ମାତ୍ର ଜିଲ୍ଲାର ବିକାଶ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଓଡ଼ିଶାର ସାଧାରଣ ଜନତାଙ୍କୁ ମୋଦି ଓ ନବୀନ ସରକାର ଯେଉଁ ସ୍ୱପ୍ନ ଦେଖେଇଥିଲେ ତାର ବାସ୍ତବତା କେତେ ଯନ୍ତ୍ରଣାଦାୟକ ଆଜି ସାଧାରଣ ଜନତା ଅନୁଭବ କରୁଛନ୍ତି। ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏମାନେ ଅଲଗା ନିର୍ବାଚନ ଲଢ଼ନ୍ତି ମାତ୍ର ସବୁ ନୀତି ନିଷ୍ପତି ନିର୍ଦ୍ଧାରଣରେ ରେ ଏକାଠି ହୋଇଯାଆନ୍ତି। କଳାକୃଷି ଆଇନ, ବିମୁଦ୍ରୀକରଣ, ସିଏଏ ଓ ଏନଆରସି, ତୈଳ ଓ ଗ୍ୟାସଦର ବୃଦ୍ଧି, ମନମୁଖୀ ଜିଏସଟି ପ୍ରଚଳନର ପ୍ରଭୃତି ନରେନ୍ଦ୍ର ମୋଦିଙ୍କ ସମସ୍ତ ଜନବିରୋଧି ନିଷ୍ପତିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅକୁଣ୍ଠ ସମର୍ଥନ ରହଥିଲା। ମୋଦିଙ୍କ ନେତୃତ୍ୱରେ ଭାରତ ଏକ ଭୋକିଲା ଦେଶର ଅପବାଦ ମୁଣ୍ଡାଉଥିବାବେଳେ ଦାରିଦ୍ର‌୍ୟ, ବେକାରୀ ସଂଖ୍ୟା ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଓଡ଼ିଶାର ବିକଳ ଚିତ୍ର ଦେଶରେ ଓଡ଼ିଶାକୁ ଏକ ଲଜ୍ଜ୍ୟାଜନକ ସ୍ଥିତିରେ ପଂହଚାଇଛି। ଜଣେ ବିଶ୍ୱଗୁରୁ ଆଉ ଜଣେ ଏକନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା ଖୋଜିବାରେ ଆତୁର ହେଉଥିବା ବେଳେ ଦେଶ ଓ ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମୁଦାୟ ରସାତଳଗାମୀ। କଂଗ୍ରେସର ଭାରତ ଯୋଡ ଯାତ୍ରା ମାନ୍ୟବର ରାହୁଲ ଗାନ୍ଧୀଙ୍କର ଏକ ବିକଶିତ, ଭୟମୁକ୍ତ, କ୍ଷୁଧାମୁକ୍ତ, ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଅଗ୍ରଣୀ, ସଶକ୍ତ ଧର୍ମନିରପେକ୍ଷତା ରାଷ୍ଟ୍ର ପାଇଁ ଉର୍ଦ୍ଦିଷ୍ଟ। ୨୨ ବର୍ଷ ଭିତରେ ଉଜୁଡ଼ି ଯାଇଥିବା ଓଡ଼ିଶାର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଉଥରେ ସଜାଡ଼ିବା ପାଇଁ ଏବଂ ଓଡ଼ିଶାକୁ ସାରା ଭାରତ ବର୍ଷରେ ଏକ ନମ୍ବର ରାଜ୍ୟ କରିବାପାଇଁ ଆଜି କଂଗ୍ରେସର ଏହି ପରିବର୍ତ୍ତନ ଯାତ୍ରା। ଦୀର୍ଘ ୨୦୧୪ ମସିହା ଠାରୁ ନରେନ୍ଦ୍ର ମୋଦିଙ୍କ ସରକାର ତଥା ଓଡ଼ିଶା ବିଜେପି ଦଳ ପୂର୍ବ ଭାରତର ସୂର୍ଯ୍ୟଉଦୟ ହେବ ବୋଲି ଦେଖାଉଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ତାଳଚେର ସାରଖାନା ହେଲା ନାହିଁ ଖୋଦ ଦୁବୁରିଠାରେ ନିଳାଚଳ ଇସ୍ପାତ କାରଖାନାକୁ ମଧ୍ୟ ବିକ୍ରି କରିଦିଆଗଲା। ଦୀର୍ଘ ଏହି ୮ ବର୍ଷ ଭିତରେ କେନ୍ଦ୍ର ସରକାର କୌଣସି ଗୋଟିଏ ବି ପ୍ରକଳ୍ପ ରାଜ୍ୟରେ କରିନାହାନ୍ତି। ଯାଜପୁର ଜିଲ୍ଲାରେ ତୈଳ ଭଣ୍ଡାର, ଭଦ୍ରକ ଜିଲ୍ଳାର ଟେକ୍ସଟାଇଲ ପାର୍କ କରିବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ତାହା କେଉଁଠି ଓ କାହିଁକି ହୋଇପାରି ନାହିଁ। ନରେନ୍ଦ୍ର ମୋଦିଙ୍କ ସରକାର କେବଳ କତିପୟ ବଡ଼ ଶିଳ୍ପପତିଙ୍କ ସ୍ୱାର୍ଥର ସୁରକ୍ଷାପାଇଁ ଜଗିଛନ୍ତି। ସାଧାରଣ ଜନତାର ଦୁଃଖ ଲାଭ କରିବା ଏ ସରକାରର ଉଦ୍ଦେଶ୍ୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। “ଭାରତ ଯୋଡ଼ – ଓଡ଼ିଶା” ପରିବର୍ତ୍ତନ ଯାତ୍ରା ଆଜି ୫ମ ଦିନରେ ଜାରକା ମହୋତ୍ସବ ପଡ଼ିଆ ଠାରୁ ଆରମ୍ଭ ହୋଇ ପାଣିକୋଇଲି କଜେଲ ପଡ଼ିଆ ଠାରେ ସମାପ୍ତ ହେଲା। ଏହି ପଦଯାତ୍ରା ସମୟରେ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଶ୍ରୀ ଶରତ ପଟ୍ଟନାୟକ ଏବଂ ଅନାନ୍ୟ ନେତୃବୃନ୍ଦ ପୂଜାର୍ଚ୍ଚନା କରିଥିଲେ। ଶ୍ରୀ ଶରତ ପଟ୍ଟନାୟକଙ୍କୁ ବାରବାଟୀ, ଗୋପାଳପୁର, ମୂଳାପାଳ, କୁଆଖିଆ ଓ ସାହାପୁର ହାଟ ନିକଟରେ ଜିଲ୍ଲା କଂଗ୍ରେସ ନେତୃବର୍ଗ ତଥା ସାଧାରଣ ଜନତା ସମ୍ବଦ୍ଧିତ କରିଥିଲେ। ଏହି ପଦଯାତ୍ରା ସମୟରେ ଯାଜପୁର ଜିଲ୍ଲାର କୃଷକ, ଶ୍ରମିକ ଏପରିକି ବୁଦ୍ଧିଜୀବ ମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଜିଲ୍ଲାର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଓଡ଼ିଶାର ଶେଷପ୍ରାନ୍ତରେ ଛିଆ ହୋଇଥିବା ଜନତାର ମୁହଁରେ ହସ ଫୁଟାଇବା ଏହି “ଭାରତ ଯୋଡ଼- ଓଡ଼ିଶା” ପରିବର୍ତ୍ତନ ଯାତ୍ରାର ମୂଳ ଉଦ୍ଦେଶ୍ୟ।

ଏହି ପଦଯାତ୍ରାରେ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଭୁଜବଳ ମାଝୀ, ବନ୍ଦିତା ପରିଡ଼ା, ଶ୍ରୀନାଥ ମିଶ୍ର, ନବଜ୍ୟୋତି ପଟ୍ଟନାୟକ, ମନୋଜ ରାଉତ, ଉମେଶ ଜେନା, ବଳଭଦ୍ର ଦାସ, ମାନସ ଚୌଧୁରୀ, ସନ୍ତୋଷ ନନ୍ଦ, ଅମୀୟ ପଟ୍ଟନାୟକ, ସୁଦର୍ଶନ ଦାସ, କିଶୋର ଜେନା, ଅଭିଷେକ ମହାନନ୍ଦ, ବିଶ୍ୱରଞ୍ଜନ ମହାନ୍ତି, କିଷାନ ପଣ୍ଡା, ବାଙ୍କନିଧି ବେହେରା, ଜ୍ଞାନ ରଞ୍ଜନ ପଟ୍ଟନାୟକ, ସଂଜୟ ତ୍ରିପାଠୀ, ଦୀପକ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ମନୋଜ ବିଶ୍ୱାଳ, ଅପର୍ଣ୍ଣାଧିର ସିଂ, ଦୁର୍ଯ୍ୟୋଧନ ବେହେରା, ରାଜନାରାୟଣ ମହାପାତ୍ର, ଗୋପବନ୍ଧୁ କର, ବିପ୍ଳବ ଚୌଧୁରୀ, ଅମରେଶ ପରିଡ଼ା, ଉତ୍କଳ ପରିଡ଼ା, ଅକ୍ଷୟ ଜେନା, ମହମ୍ମଦ ସାହାଦୁଲ୍ଲା, ମନୋଜ ସାହୁ, ସଂଧ୍ୟାରାଣୀ ମହାପାତ୍ର, ଦୀପ୍ତିରାଣୀ ପ୍ରଧାନ, ମଧୁସ୍ମିତା ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ଉଗ୍ରସେନ ଭୁୟାଁ କୈଳାସ ସାହୁ, କନକ ମଲ୍ଲିକ, ସାଗର ପରିଡ଼ା ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ବୋଲି “ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି।