Odiapua.com

ଭାରତ ବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା କେନ୍ଦ୍ରାପଡା

କେନ୍ଦ୍ରାପଡା, ୧୮/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତାଦଳର ମିଳିତ ଆନୁକୂଲ୍ୟରେ ତିନିମୁହାଣୀ ଛକରେ ଏକ ବିରାଟ ପଥପ୍ରାନ୍ତ ସଭା ଜିଲ୍ଲା ଯୁବଜନତା ସଭାପତି ରାଜେଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଗଣମାଧ୍ୟମର ସର୍ଭେ ଅନୁଯାଇ ସାରା ଭାରତବର୍ଷର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେକପ୍ରିୟତାରେ ଶୀର୍ଷ ସ୍ଥାନ ଅଧିକାର କରି ଶ୍ରେଷ୍ଠ ବିବେଚିତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି ପଥପ୍ରାନ୍ତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କେନ୍ଦ୍ରାପଡାର ନେତା ନୁହନ୍ତି, କେନ୍ଦ୍ରାପଡାର ସେବକ ବୋଲି କହିବା ସହିତ କେନ୍ଦ୍ରାପଡାବାସୀଙ୍କ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲପାଇବା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାରା ଭାରତବର୍ଷରେ ଓଡିଶାର ଥିବା ସ୍ୱତନ୍ତ୍ର ସ୍ଥାନ, କେବଳ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକଳାପର ନିଦର୍ଶନ ବୋଲି କହିଥିଲେ। ପାଟକୁରାର ଯୁବନେତା ତଥା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଏହି ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦିକା ଗୀତାଞ୍ଜଳୀ ସେଠୀ, ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭୋଳ, ଡେରାବିଶ ବ୍ଲକ ଅଧକ୍ଷ ସରୋଜକାନ୍ତ ସାହୁ, ଉପସଭାପତି ଦେବଦାସ ମହାନ୍ତି, ଜିଲ୍ଲା ଶ୍ରମିକ ସାମ୍ମୁଖ୍ୟ ସଭାପତି ଦୁର୍ଗାଶିଷ ମହାନ୍ତି, ସମ୍ପାଦକ ଦେବାଶିଷ କୁବେର, ଜୀତେନ୍ଦ୍ର ପ୍ରସାଦ ପାଗଳ, ବ୍ଲକ ସଭାପତି ଆଲୋକ ସାହୁ, ଦେବାଶିଷ ଆଚାର୍ଯ୍ୟ, ଟାଉନ ସଭାପତି ଯଯାତି କେଶରୀ ମହାନ୍ତି, ମଙ୍ଗଳ ବରଣ ସିଂ, ପ୍ରମୋଦ ରଥ, ଓଡିଶା ମୋ ପରିବାର ଆବାହକ କାଳୀପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ଅଜୟ ମହାନ୍ତି, ସଂଜୟ କୁମାର ଜେନା, ନରହରି ପାଣି, ସେକ ଇନାୟତ(ଚନ୍ଦନ), ଦୁଷ୍ମନ୍ତ ମଳ୍ଲିକ, ସବିତା ସାହୁ, ରବିନ୍ଦ୍ର ପଣ୍ଡା, ରେବତୀ ରମଣ ଦାସ ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ। ବିଜୁ ଯୁବ ଜନତା ଦଳର ବରିଷ୍ଠ ଉପସଭାନେତ୍ରୀ ଜୋସ୍ନାମୟୀ ପରିଡା, ମହେନ୍ଦ୍ର କୁମାର ମିଶ୍ର, ଯୁଗ୍ମ ସଂପାଦକ ଦୀନବନ୍ଧୁ ନାୟକ, ରଂଜନ କୁମାର ସାହୁ, ଉମେଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ରାଉତ, ଲେନିନ ସ୍ୱାଇଁ, ନିରଞ୍ଜନ ବାରିକ, ବିକ୍ରମ ବାରିକ, ରବିନ୍ଦ୍ର ମହାନ୍ତି, ଜୟଦେବ ପରିଡା, ରାକେଶ ସେଠୀ, ଆଲୋକ ମହାନ୍ତି, ବିଶ୍ୱ ରଂଜନ ଦାସ, ବିଜୟ ମଣ୍ଡଳ, ପ୍ରମୋଦ ପ୍ରଧାନ, ରଂଜନ କୁମାର କର, ସଙ୍ଗମ କେଶରୀ ସାମଲ, ମିଟୁ ମନୋଜ ନାୟକ, ମାନସ ରଂଜନ ଦାସ, ସୁମନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱରୂପ ରାଉତରାୟ, ରାଜଶ୍ରୀ ଦାସ, ଦେବାଶିଷ ସ୍ୱାଇଁ, ଚିତରଂଜନ ଦାସ, ବିରାଟ ସିଂ, ଅମରିନ ସାହାଦତ, ଦେବସ୍ମିତା ସାମଲ, ଅଭିଶେକ ସ୍ୱାଇଁ, ନିଶ୍ଚଳ ସମ୍ବିତ ସ୍ୱାଇଁ, ଚିତ ରଂଜନ ପତି, ସ୍ମୃତି ମୟୀ ସେନାପତି, ରକିବୁର ରହେମାନ, ଅଶୋକ ବରାଳ, ବିଦ୍ୟୁତ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।