Odiapua.com

ଭାରତ ବନ୍ଦକୁ ସମର୍ଥନ : ସମାଜବାଦୀ ପାର୍ଟି

ଭୁବନେଶ୍ୱର : ୭ା୧ (ଓଡ଼ିଆ ପୁଅ) : ବାମ ଗଣତାନ୍ତ୍ରିକ ମେଣ୍ଟ ତରଫରୁ ଆସନ୍ତା ୮ ତାରିଖ ଭାରତ ବନ୍ଦକୁ ସମାଜବାଦୀ ପାର୍ଟି ସମର୍ଥନ କରୁଛି ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟିରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥିର କଲାବୋଲି ରାଜ୍ୟ ସଭାପତି ଶ୍ରୀ ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ସାରା ଦେଶରେ ଯେଉଁଭଳି ଶ୍ରମିକ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଖର୍ବ କରାଯାଉଛି ଏବଂ କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆକାଶ ଛୁଆଁ ଦର ବୃଦ୍ଧି ସାଙ୍ଗକୁ ଡିଜେଲ୍‌, ପେଟ୍ରୋଲ୍ ଓ ରନ୍ଧନଗ୍ୟାସର ମୂଲ୍ୟ ବୃଦ୍ଧି ସାଧାରଣ ଜନଜୀବନକୁ ଅସ୍ଥବ୍ୟସ୍ଥ କରୁଥିଲା ବେଳେ, ବିପର୍ଯ୍ୟସ୍ଥ କରୁଥିଲା ବେଳେ କେନ୍ଦ୍ର ସରକାର ନିଜର କଳାକାରନାମାକୁ ଲୁଚେଇବା ପାଇଁ ଜବରଦସ୍ତ ସି.ଏ.ଏ., ଏନ୍‌.ଆର.ସି. ଓ ଏନ୍‌.ପି.ଆର. ଭଳି ଜନ ବିରୋଧି ଆଇନ୍ ମାନସ ପାସ୍ କରି ଗରୀବ, ଖଟିଖିଆ ଶ୍ରମିକ ଛାତ୍ର ଯୁବକମାନଙ୍କ ମଧ୍ୟରେ ଅଶାନ୍ତର ବହ୍ନି ଉଦ୍ରେକ କରିଛନ୍ତି। ଧର୍ମ ଓ ସମ୍ପ୍ରଦାୟର ଅସ୍ତ୍ର ଚାଳନା କରି ଭାଇ ଭାଇ ମଧ୍ୟରେ ରକ୍ତର ହୋଲି ଖେଳିବାକୁ ପଛେଇ ନାହାଁନ୍ତି। ସବୁଠାରୁ ଘୃଣ୍ୟ ଓ ନିନ୍ଦାର ବିଷୟ ଆର.ଏସ୍‌.ଏସ୍‌., ଏ.ବି.ଭି.ପି. ଗୁଣ୍ଡାମାନଙ୍କ ଦ୍ୱାରା ଜେ.ଏନ୍‌.ୟୁର ଛାତ୍ର ଓ କର୍ମଚାରୀମାନଙ୍କ ଉପରେ ଯେଉଁଭଳି ବର୍ବୋରଚିତ ଆକ୍ରମଢ଼ଣ କରେ। ତାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦୃଢ ନିନ୍ଦା କରୁଛି। ସର୍ବଶେଷରେ ପାଟି ଆହ୍ୱାନ ଦେିଛି। ଭାରତ ବର୍ଷର ଜନସାଧାରଣ ଏହି ବନ୍ଦକୁ ସଫଳ କରିବା ସଂଗେସଂଗେ କେନ୍ଦ୍ର ସରକାରଙ୍କ ସମସ୍ତ ଅଗଣତାନ୍ତ୍ରିକ ଜନବିରୋଧି ନୀତି ଉପରେ ଦୃଢ ପ୍ରତିବାଦ କରିବା ପାଇଁ ଏ୍ୟୌକବଦ୍ଧ ଗଣ ଆନ୍ଦୋଳନରେ ସାମିଲ୍ ହେବାପାଇଁ ଶ୍ରୀ ବେହେରା ନିବେଦନ କରିଛନ୍ତି।