Odiapua.com

ଭାରତ ବଜାରରେ ପ୍ରବେଶ କରିବ ଏହି ସ୍ମାର୍ଟ ଫୋନ

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): Oppo ଭାରତରେ ଫ୍ଲାଗସିପ ଓପୋ ରେନୋର ସକସେସର ସ୍ମାର୍ଟଫୋନ ଲଞ୍ଚ କରିବାର ତାରିଖ ଘୋଷଣା କରିଛନ୍ତି। ଚୀନ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ଟ୍ଵିଟ କରି ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଫୋନର ନାମ, ଲଞ୍ଚର ତାରିଖ,key ସ୍ପେଶିଫିକେସନ ଏବଂ ଫୋନର ଡିଜାଇନ ବିଷୟରେ ଜଣାଯାଇଛି।

ଏହି ଫୋନର ନାମ Oppo Reno 2 ରଖାଯାଇଛି, ଯାହାକୁ ୨୮ ଅଗଷ୍ଟରେ ଭାରତରେ ଲଞ୍ଚ କରାଯିବ। ସେୟାର କରାଯାଇଥିବା ଫଟୋକୁ ଦେଖିବା ତେବେ ସେଥିରେ ‘Series’ ଶବ୍ଦର ବ୍ୟବହାର କରାଯାଇଛି। ଅର୍ଥାତ ଏହା ପରେ Reno Seriesର ଆହୁରି ମଧ୍ୟ ସ୍ମାର୍ଟଫୋନ ଲଞ୍ଚ କରାଯିବ।