Odiapua.com

ଭାରତ-ପାକ ସୀମାରେ ରାଜନାଥ ସିଂ କଲେ ଶସ୍ତ୍ର ପୂଜନ

ଭୁବନେଶ୍ୱର;୧୯,ଅକ୍ଟୋବର:ଗୃହମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ବିକାନେର ସ୍ଥିତ ବିଏସଏଫ ମୁଖ୍ୟାଳୟରେ ବିଜୟା ଦଶମୀ ଅବସରରେ ଯବାନଙ୍କ ସହ ମିଶି ଶସ୍ତ୍ର ପୂଜନ କରିଛନ୍ତି।ରାଜସ୍ଥାନର ବିକାନେର ସ୍ଥିତ ବିଏସଏଫ ମୁଖ୍ୟାଳୟ ଭାରତ ଏବଂ ପାକିସ୍ଥାନ ସୀମାକୁ ଲାଗି ଅବସ୍ଥିତ।ଏହି ଅବସରରେ ରାଜନାଥଙ୍କ ସହ ନବ ନିଯୁକ୍ତ ଡିଜି ଆର.କେ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।ରାଜନାଥ ତାଙ୍କର ଏହି ଦୁଇ ଦିବସିୟ ଗସ୍ତ ଅବସରରେ ବିଏସଏଫ ଯବାନଙ୍କ ସହ ଦଶହରା ପାଳିବା ସହିତ ସେମାନଙ୍କ ପରିବାରକୁ ମଧ୍ୟ ସାକ୍ଷାତ କରିବେ।/ଦେବଦତ୍ତ