Odiapua.com

ଭାରତ ପକ୍ଷରୁ ଭାରତ୍ତୋଳନରେ ଚମ୍ପିୟାନ ହେଲେ ନୟାଗଡ଼ର ଝିଲ୍ଲି

ନୟାଗଡ଼, ୯ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଉଜ୍‌ବେକିସ୍ଥାନର ତାସ୍‌କେଂଟ ଠାରେ ଚାଲିଥିବା କମନ୍‌ୱେଲଥ୍ ଭାରତ୍ତୋଳନ ଚାମ୍ପିୟାନସିପ୍ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ଭାଗ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି ନୟାଗଡ଼ର ଝିଲ୍ଲୀ ଦଳବେହେରା। ଝିଲ୍ଲୀଙ୍କ ଘର ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଳା ବ୍ଳକ ମକରପ୍ରସାଦ ଗ୍ରାମରେ। ଝିଲ୍ଳୀ ରୌପ୍ୟ ପଦକ ହାସଲ କରି ନୟାଗଡ଼ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ନୟାଗଡ଼ର ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଝିଲ୍ଲୀଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି।