Odiapua.com

ଭାରତ ଚୀନ ଯୁଦ୍ଧରେ ସହିଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ଚୀନ ସୀମା ଗଲୱାନା ଘାଟିରେ ସିହିଦ ହୋଇଥିବା ଭାରତମାତାର ବୀର ଯବାନଙ୍କ ସହିତ ଓଡ଼ିଶାର ଦୁଇ ସୁପୁତ୍ରଙ୍କୁ ଭଦ୍ରକ ଯୁବ ସମାଜ ଆନୁକୂଲ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହମ୍ମଦ ଅଲ୍ଲି ସବରଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତିି ସୁରେଶ ସାମଲ, ଲକ୍ଷ୍ମୀ ମହାପାତ୍ର, ବିଜେପି ପୂର୍ବତନ ଜିଲ୍ଲା କୋଷାଧ୍ୟକ୍ଷ ଶଶୀକାନ୍ତ ବିଶ୍ୱାଳ, ଚନ୍ଦ୍ରମୋହନ ମହାପାତ୍ର, ମହମ୍ମଦ ଅଲ୍ଲୀ ଅନୱର, ମୁଲା ରାଜା, ଗଣେଶ ପତି, ମନୋଜ ଜେନା, ସରୋଜ ମହାନ୍ତି, ଦେବାଂଶୁ ରାଉତ, ବାଦଲ ପଣ୍ଡା, ଅନିଲ ସାହୁ, ରବିନାରାୟଣ ସାହୁ, ଶିବନାରାୟଣ ଦାସ, ସଂଜିବ ଦାସ ପ୍ରମୁଖ ବହୁ ଯୁବକ ସାମାଜିକ ଦୂରତା ରକ୍ଷା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସହିଦଙ୍କ ଫଟୋଚିତ୍ରରେ ଧୂପ ଦୀପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୀର ଯବାନ ଅମର ରହେ ସ୍ଳୋଗାନ ଦେଇ ସେମାନଙ୍କ ଉଦ୍ଦେଶ୍ୟରେ ଏହି ପରିକ୍ରମା କରାଯାଇଥିଲା ।