Odiapua.com

ଭାରତ ଏବଂ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-20ଆଜି, ଏହା ହୋଇପାରେ ଦୁଇ ଟିମର ପ୍ଲେଇଙ୍ଗ- ଏକାଦଶ

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ବିଶ୍ଵ କପରୁ ସେମୀଫାଇନାଲ୍ ରେ ବାହର ହେବା ପରେ, ଟିମ ଇଣ୍ଡିଆ ପ୍ରଥମ ଥର ପିଚ ଉପରେ ଖେଳିବ। ଶନିବାରଦିନ ଫ୍ଲୋରିଡାର ଲଡରହିଲରେ ପ୍ରଥମ T-20 ରେ ୱେଷ୍ଟ ଇଣ୍ଡିଜ୍ ସହିତ ଖେଳିବ। ବିରାଟ କୋହଲୀ, ଯାହାଙ୍କୁ ଆରାମ ଦିଆଯିବାର ଆଶା କରାଯାଉଥିଲା, ଇଣ୍ଡିଜ୍ ବିରୁଦ୍ଧରେ ପୂରା ଦମ୍ ରେ ଟିମର ନେତୃତ୍ଵ ନେବେ। ଜସପ୍ରୀତ ବୁମରାହ ୨୨ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମରେ ସାମିଲ ହେବେ। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ସମ୍ପୂର୍ଣ୍ଣ ଗସ୍ତରେ ଆରାମ କରିବାକୁ ଦିଆଯାଇଛି।

ୱାର୍ଲ୍ଡ କପ ୨୦୧୯ ପରେ ହିଁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ମତଭେଦର ଚର୍ଚ୍ଚା ଚାଲିଛି। ଅବଶ୍ୟ ୱେଷ୍ଟ ଇଣ୍ଡିଜ୍ ଗସ୍ତ ପୂର୍ବରୁ କୋହଲୀ ଏହି ସମସ୍ତ ଖବରକୁ ଖଣ୍ଡନ କରିଥିଲେ।

ଟି-20 ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବିରାଟ କୋହଲୀ ଏବଂ ରୋହିତ ଶର୍ମା ପଚାଶ କିମ୍ବା ସେଥିରେ ଅଧିକ ସ୍କୋର କରିବା ମାମଲାରେ ସଂଯୁକ୍ତ ରୂପରେ ପ୍ରଥମ ସ୍ଥାନରେ ଅଛନ୍ତି। ଦୁଇ ଖେଳାଳି ୨୦-୨୦ ଥର ୫୦+ ସ୍କୋର କରିସାରିଛନ୍ତି। ଏପରିକି ଯଦି ଆଜିର ମ୍ୟାଚ୍ ରେ ଦୁଇଜଣଙ୍କ ମଧ୍ୟରୁ କେହି ୫୦ କିମ୍ବା ସେଥିରୁ ଅଧିକ ସ୍କୋର ବନାନ୍ତି ତେବେ ସେ ଶୀର୍ଷ ସ୍ଥାନରେ ପହଁଚିବାର ସୌଭାଗ୍ୟ ଲାଭ କରିବେ।

ସୂଚନାଯୋଗ୍ୟଯେ, ଟି-20ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠାରୁ ଅଧିକ ରନ ବନାଇବା ମାମଲାରେ ରୋହିତ ଶର୍ମା ଟପ୍ ରେ ଅଛନ୍ତି ରୋହିତ ୯୪ ମ୍ୟାଚରେ ୪ଟି ଶତକ ସହାୟତାରେ ୨୩୩୧ ରନ ବନାଇଛନ୍ତି। ଅପରପକ୍ଷରେ, ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ଟିଲ ୨୨୭୨ ରନ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ନମ୍ବରରେ ବିରାଟ କୋହଲୀ ଅଛନ୍ତି ସେ ୬୭ଟି ମ୍ୟାଚରେ ୨୨୬୩ ରନ ବନାଇଛନ୍ତି।

ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ରାତି ୮ଟା ବେଳେ ଆରମ୍ଭ ହେବ। ଏହି ସିରିଜ୍ ର ପ୍ରଥମ ଦୁଇଟି ମ୍ୟାଚ୍ ଆମେରିକାର ଏହି ପଡ଼ିଆରେ ଖେଳାଯିବ। ତା’ ପରେ ଗୋଟିଏ T-20, ୩ଟି ୱାନଡେ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ୱେଷ୍ଟ ଇଣ୍ଡିଜ୍ ରେ ହେବ। ଟିମ ଇଣ୍ଡିଆ ପାଇଁ ଏହି ତିନୋଟି ଟି-20 ମ୍ୟାଚ୍ ବହୁତ ମୁଖ୍ୟ ହେବ।

ଏହା ହୋଇପାରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ ଏକାଦଶ

ଚୟନକର୍ତ୍ତାମାନେ ଟି-20 ସିରିଜ୍ ପାଇଁ ଯୁବ ଚେହରାକୁ ଅଧିକ ପ୍ରାଥମିକତା ଦେଇଛନ୍ତି। ମନୀଷ ପାଣ୍ଡେ, ଶ୍ରେୟସ ଆୟାର ଏବଂ ଖଲୀଲ ଅହମ୍ମଦଙ୍କ ସହିତ ଦୀପକ ଏବଂ ରାହୁଲ ଚହରଙ୍କୁ ମଧ୍ୟ ଟିମରେ ଜାଗା ଦିଆଯାଇଛି। ଏହି ସମସ୍ତ ଖେଳାଳିମାନେ ବିଶ୍ଵ କପର ଟିମରେ ସାମିଲ ନଥିଲେ। ଏହି ସମସ୍ତ, ନିକଟରେ ୱେଷ୍ଟ ଇଣ୍ଡିଜ୍ ଟିମ ବିରୁଦ୍ଧରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ଖଲୀଲ ଏବେ ପୁରୁଣା ରଙ୍ଗରେ ନଜର ଆସୁଛନ୍ତି। ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ସେ କାଫୀ ଅଧିକ ତେଜ ରେ ବୋଲିଂ କରିଥିଲେ।

ପ୍ରଥମ ଟି-୨୦ ପାଇଁ ଟିମ ଇଣ୍ଡିଆର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ ଏହା ହୋଇପାରେ।

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧବନ, କେଏଲ. ରାହୁଲ, ଋଷଭ ପଂତ (ୱିକେଟ କୀପର), ମନୀଷ ପାଣ୍ଡେ, କୃଣାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଖଲୀଲ ଅହମ୍ମଦ, ଭୁବନେଶ୍ଵର କୁମାର ଏବଂ ଦୀପକ ଚହର।

ୱେଷ୍ଟ ଇଣ୍ଡିଜ୍ : ଏହା ହୋଇପାରେ ପ୍ଲେଇଙ୍ଗ ଏକାଦଶ

କୀରୋନ ପୋଲାର୍ଡ ଏବଂ ସୁନୀଲ ନରେନ ଲମ୍ବା ସମୟ ପରେ ନିଜ ଦେଶ ତରଫରୁ ଖେଳିବେ। ଦୁଇଜଣଙ୍କ ପାଖରେ ଆଇପିଏଲ ବ୍ୟତୀତ ଦୁନିଆର ଅନେକ ଟି-20 ଲିଗରେ ଖେଳିବାର ଅନୁଭବ ଅଛି। ଆଇପିଏଲରେ ଖେଳିବା କାରଣରୁ ଏହି ଦୁଇ ଖେଳାଳିମାନେ ଟିମ ଇଣ୍ଡିଆର ପ୍ଲେୟାର୍ସଙ୍କୁ ଭଲ ଭାବରେ ଜାଣନ୍ତି। ଏବିନ ଲୁଇସ ଏବଂ ଜନ କୈମ୍ପୱାଲଙ୍କ ରୂପରେ ଇଣ୍ଡିଜ ପାଖରେ ଦୁଇଜଣ ଆକ୍ରମକ ଓପନିଂ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଅଧିନାୟକ କାର୍ଲୋସ ବ୍ରେଥୱେଟ ନିଜେ ହିଁ ଜଣେ ଭଲ ହିଟର ଅଟନ୍ତି।

ଇଣ୍ଡିଜ୍ ପ୍ଲେଇଙ୍ଗ- ଏକାଦଶ ସମ୍ଭାବିତ

କାର୍ଲୋସ ବ୍ରେଥବେଟ (ଅଧିନାୟକ), ଏବିନ ଲୁଇସ, ଜନ କୈମ୍ପବେଲ, ଶିମରନ ହେଟମାୟର, ନିକୋଲସ ପୂରନ, କୀରୋନ ପୋଲାର୍ଡ, କୀମୋ ପଲ, ରୋବମନ ପୱେଲ, ସୁନୀଲ ନରେନ, ଖୈରୀ ପିଏରେ ଏବଂ ଓଶେନ ଥମସ।