Odiapua.com

ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା ରଖୁ : ଆମେରିକା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ ଯୋଗାଣରେ ସାହାଯ୍ୟ ମାଗିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲି। ଯଦି ସେମାନେ ଆମେରିକାକୁ ସେହି ମେଡିସିନ ଯୋଗାଣ ପାଇଁ ଅନୁମତି ଦିଅନ୍ତି, ତେବେ ଆମେ ସେମାନଙ୍କ ପଦକ୍ଷେପକୁ ପ୍ରଶଂସା କରିବୁ। ଆଉ ଯଦି ସେମାନେ ସହଯୋଗ ନକରନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆମଠାରୁ ମଧ୍ୟ ସେମାନେ ସମାନ ପ୍ରତିକ୍ରିୟା ଆଶା ରଖନ୍ତୁ।

୩ ଲକ୍ଷରୁ ଅଧିକ କରୋନା ଭୂତାଣୁ ସଂକ୍ରମଣ ଏବଂ ୧୦,୦୦୦ରୁ ଅଧିକ ମୃତ୍ୟୁ ସହିତ ଆମେରିକା ସବୁଠାରୁ ଖରାପ ପ୍ରଭାବିତ ଦେଶ ଭାବରେ ଉଭା ହୋଇଛି। ପରବର୍ତ୍ତୀ କିଛି ସପ୍ତାହ ମଧ୍ୟରେ, ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କରୋନା ଭୂତାଣୁ କାରଣରୁ ଏକ ଲକ୍ଷରୁ ଦୁଇ ନିୟୁତ ମୃତ୍ୟୁ ହୋଇଥିବା ଅନୁମାନ କରୁଛନ୍ତି। ଏହି ଭୂତାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଉପଶମ ନାହିଁ। ବର୍ତ୍ତମାନ ଆମେରିକା ଏବଂ ବିଶ୍ଵର ବୈଜ୍ଞାନିକ ମାନେ ଦିନରାତି କରୋନା ଭୂତାଣୁ ବିରୁଦ୍ଧରେ ଏକ ଉପଯୁକ୍ତ ଉପଶମ ଖୋଜିବା ପାଇଁ କାର୍ଯ୍ୟ କରୁଛନ୍ତି।

କିଛି ପ୍ରାଥମିକ ଫଳାଫଳକୁ ଆଧାର କରି କରୋନା ଭୂତାଣୁ ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ ବ୍ୟବହାର ଉପରେ ଟ୍ରମ୍ପ ପ୍ରଶାସନ ଗୁରୁତ୍ୱାରୋପ କରୁଛି। ଏହି ମେଡିସିନ ଦଶନ୍ଧି ଧରି ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ହୋଇଆସୁଛି। ଟ୍ରମ୍ପଙ୍କ କହିବାନୁସାରେ ଏହି ମେଡିସିନର ସକାରାତ୍ମକ ଫଳାଫଳ ରହିଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଏହା ସଫଳ ହୁଏ ତେବେ ଏହା ସ୍ୱର୍ଗରୁ ଆସିଥିବା ଉପହାର ପରି ହେବ। କରୋନା ଭୂତାଣୁ ଚିକିତ୍ସାରେ ଏହା ଏକ ସଫଳ ମେଡିସିନ ହେବାର ଆଶାରେ ଆମେରିକା ପ୍ରାୟ ୨୯ ନିୟୁତ ଡୋଜ ଷ୍ଟକ୍ କରିସାରିଛି। ଏହାସହ ଟ୍ରମ୍ପ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ଆମେରିକାକୁ ଲକ୍ଷ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ଡୋଜ୍ ସପ୍ଲାଏ କରନ୍ତୁ। ସୂଚନାଯୋଗ୍ୟ ଯେ ଭାରତ ଏହି ମେଡିସିନ ବହୁ ପରିମାଣରେ ଉତ୍ପାଦନ କରିଥାଏ।

ଚାଲବାଜ୍ ଚାଇନାର ଆଉ ଏକ ନୀଚ ପ୍ରକୃତି ..


/- ଦେବଦତ୍ତ ରଥ