Odiapua.com

ଭାରତୀୟ ଯୁବ ସ୍ୱାଭିମାନ ଓ ଅସ୍ପିତାର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ଓ ଏ ଅବସରରେ ସାଇ ସତ୍‌ସଙ୍ଗ୍ ସେବା ଅନୁଷ୍ଠାନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଡେଙ୍କାନାଳ ୧୨-୧ (ଓଡ଼ିଆ ପୁଅ) ଭାରତୀୟ ଯୁବ ସ୍ୱାଭିମାନ ଓ ଅସ୍ପିତାର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ଓ ଏ ଅବସରରେ ସାଇ ସତ୍‌ସଙ୍ଗ୍ ସେବା ଅନୁଷ୍ଠାନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ଶିବିରକୁ ଜିଲ୍ଲାପାଳ ତଥା ଜିଲ୍ଲା ରେଡ୍‌କ୍ରସ୍ ଅଧ୍ୟକ୍ଷ ଭୂମେଶ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଉପସ୍ଥିତ ଯୁବବର୍ଷ ଓ ମହିଳାମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ରେଡ୍‌କ୍ରସ୍ ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ, ବିରଂଚି ନାରାୟଣ ପାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର, ଇନରହ୍ୱିଲ୍ କ୍ଲବ୍ ପୂର୍ବ ସଭାନେତ୍ରୀ ରୋଜାଲିନ୍ ସ୍ୱାଇଁ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର, ସାଇ ସତ୍‌ସଙ୍ଗ ସେବା ଟ୍ରଷ୍ଟର ଟ୍ରଷ୍ଟି ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।ଏହି ରକ୍ତଦାନ ଶିବିରକୁ ସାଇସତ୍‌ସଙ୍ଗ ସେବା ଟ୍ରଷ୍ଟର ଅମରେନ୍ଦ୍ର ଖୁଂଟିଆ ଓ ସମସ୍ତ କର୍ମକର୍ତାମାନେ ପରିଚାଳନା କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ଜୟନାରାୟଣ ପାଢୀ, ଡା. ପ୍ରେମାନନ୍ଦ ସାହୁ, ଟେକ୍‌ନିସିଆନ୍ ପରମାନନ୍ଦ ପଣ୍ଡା, ଭୀମସେନ ବେହେରା, ତପନ କୁମାର ଜେନା, ବରୁଣ ସାହୁ, ଅଜୟ ସ୍ୱାଇଁ, ସୌଭାଗ୍ୟ ମିଶ୍ର ସହଯୋଗ କରିଥିଲେ।ଢେଙ୍କାନାଳ ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସଭାପତି ଶରତ ଚନ୍ଦ୍ର ପାଢୀ, ସଂପାଦକ ବିମଳ ପୋଦ୍ଦାର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ରୋଟାରୀ କ୍ଲବ୍ ପକ୍ଷରୁ ରାଜେନ୍ଦ୍ର ଦାସ, ବିନୋଦ ଅଗ୍ରୱାଲ, ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ ସମର ଶତପଥୀ, ଶ୍ୟାମାଚରଣପୁର ଆଂଚଳିକ ବିକାଷ ପରିଷଦ ପକ୍ଷରୁ ଯୋଗୀନାଥ ମହାନ୍ତି, ବଜରଙ୍ଗ କ୍ଲବ୍‌, ରାଇଜିଂ ଷ୍ଟାର୍‌, ହେଲ୍‌ପିଂ ହାଣ୍ଡ ସୋସିଓ ସ୍ପେସିଫିକ୍‌, ଭାଗିରାଥି ବ୍ଲକ୍‌ର କର୍ମକର୍ତା, ସୋମ ହିରୋ, ଖେମ୍‌କା ସପିଙ୍ଗ୍ ମଲ୍‌, ବଜାର ଇଣ୍ଡିଆର କର୍ମଚାରୀଗଣ ଓ ପୂର୍ବତନ କାଉନ୍‌ସିଲର୍ ରୁଦ୍ରାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରରେ ୧୫୧ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା ଏବଂ ପ୍ରତ୍ୟେକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସାଇ ସତ୍‌ସଙ୍ଗ ସେବା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।