Odiapua.com

ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମ ଦିବସ ଓ ବିଶ୍ୱକର୍ମା ଜୟନ୍ତୀ ପାଳନ

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମ ଦିବସ ଓ ବିଶ୍ୱକର୍ମା ଜୟନ୍ତୀ ଭଦ୍ରକ ବାଲ ଗୋପାଳ ମନ୍ଦିର ସଭାଗୃହରେ ସଂଘର ଜିଲ୍ଲା ସଭାପତି ମନୋଜ କୁମାର ବସନ୍ତରାୟଙ୍କ ପୌରୋହିତ୍ୟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆରମ୍ଭ କରାଯାଇଥିଲା । ଉକ୍ତ ସଭାକାର୍ଯ୍ୟରେ ମନୋଜ ବସନ୍ତରାୟ ବିଶ୍ୱକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମ ଦିବସ ଭାବେ ଘୋଷଣା କରାଯିବା ନେଇ ଦାବି ରଖିବା ସହ ବିଶ୍ୱକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମ ଦିବସ ରୂପେ କାହିଁକି ପାଳନ କରାଯିବା କଥା ସେ ସମ୍ପର୍କରେ ନିଜର ଭାଷଣ ରଖିଥିଲେ । ପରେ ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ ଓ ସଂଗଠନ ସଂପାଦକ ପରେଶ୍ ନାଥ ଧଳଙ୍କ ନେତୃତ୍ୱରେ ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ସଂଗଠନର ୧୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଲ ଓଡ଼ିଶା ଅଙ୍ଗନୱାଡି ସଙ୍ଘର ସଭାନେତ୍ରୀ ସୁମିତା ମହାପାତ୍ର, ଜୟନ୍ତୀ ଜେନା, ଜାନକୀ ଦାସ, କମଳାକାନ୍ତ ସାହୁ, ପ୍ରକାଶ ପାତ୍ର, ଅଶୋକ ସାହୁ, ନାରାୟଣ ପାଣିଗ୍ରାହୀ, ଜିତୁ ବାବୁ ଦାସ,ବସନ୍ତ ରାଉତ,ଲକ୍ଷ୍ମୀ ପ୍ରିୟା ରାଉତ, ବାଇଧର ଶତପଥୀ, ଜ୍ୟୋତି ପ୍ରକାଶ ଦାସ, ଅଭିଷେକ ଜେନା, ଅମୂଲ୍ୟ ଭୋଇ, କନକ ଲତା ବିଶ୍ୱାଳ, ପ୍ରମୁଖ ଯୋଗ ଦେଇଥିଲେ ।