Odiapua.com

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ

ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା (ଏସିଆଇସି) ଅନୁଗୋଳ ଶାଖା ପକ୍ଷରୁ ତାଳଚେର ସ୍ୱତନ୍ତ୍ର ଉପକାରାଗାରର ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସିଆଇସି ଅନୁଗୋଳ ଜିଲ୍ଲା ଶାଖାର ସଭାପତି ଧୀରମୋହନ ରାୟ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସମାଜସେବୀ ବିଭୁତିି ସାହୁ, ବିଶିଷ୍ଠ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ତଥା ନୋଟାରି ପ୍ରଭାତିନୀ ଆଚାର୍ଯ୍ୟ, ତାଳଚେର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଅଧିକାରୀ ଡ଼ାକ୍ତର ଅରବିନ୍ଦ ନନ୍ଦୀ, ଯୁବ ନେତା ରଙ୍ଗାଧର ନାହାକ, ଏସିଆଇସିର ସାଧାରଣ ସମ୍ପାଦକ ଆଶୁତୋଷ ଦାସ ପ୍ରମୁଖ ଯୋଗ ଦେଇ କାରାଗାରର ଅନ୍ତେବାସୀମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଅନ୍ତେବାସୀମାନେ କିପରି ଭାବରେ ମାଗଣା ଆଇନ ସେବା ପାଇପାରିବେ ସେ ସମ୍ପର୍କରେ ଶ୍ରୀମତୀ ଆଚାର୍ଯ୍ୟ ପରାମର୍ଶ ଦେବା ସହିତ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଅନ୍ତେବାସୀମାନଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ନିମନ୍ତେ ଡାକ୍ତର ଅରବିନ୍ଦ ନନ୍ଦୀ ପ୍ରତିଶ୍ରୁତି ଦେଇଥିଲେ। ଆଶୁ କବି କରୁଣାକର ବାଇ କବିତା ମାଧ୍ୟମରେ ଅନ୍ତେବାସୀମାନଙ୍କୁ ଉଲ୍ଲସିତ କରାଇବା ସହିତ ବ୍ୟାଙ୍ଗାତ୍ମକ ଢଙ୍ଗରେ ଆଜିର ସମାଜରେ ହେଉଥିବା ଭ୍ରଷ୍ଟାଚାର ସମ୍ପର୍କରେ ବାର୍ତ୍ତା ଦେଇଥିଲେ। ଏକ ଶହରୁ ଉର୍ଦ୍ଧ୍ୱ ଅନ୍ତେବାସୀଙ୍କ ମଧ୍ୟରେ ରକ୍ଷାବନ୍ଧନ ଏବଂ ମିଷ୍ଟାନ୍ନ ବଣ୍ଟନ ଅତିଥିମାନଙ୍କ ଜରିଆରେ ସମ୍ପନ୍ନ କରାଯାଇଥିଲା। ତାଳଚେର ପୈାର ପରିଷଦ ପକ୍ଷରୁ ଚାରିଗୋଟି ଡଷ୍ଟବିନ୍ ପ୍ରଦାନ କରା ଯାଇଥିବାରୁ ପୈାର ନିର୍ବାହୀ ଅଧିକାରୀ ରଶ୍ମି ରେଖା ଅମାନ୍ତଙ୍କୁ ଉପକାରାଗାରର ଅଧ୍ୟକ୍ଷ ଦିଲ୍ଲୀପ ବେହେରା ପ୍ରଶଂସା କରିଥିଲେ। ୧୯୯୯ ମସିହା ଠାରୁ ନିରବିଛିନ୍ନ ଓ ନିରପେକ୍ଷ ଭାବରେ ସମାଜରେ ପ୍ରଚଳିତ ଭ୍ରଷ୍ଟାଚାରକୁ ରୋକିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଏହି ସଂସ୍ଥା ଏକ ସ୍ୱୟଂଚାଳିତ ଓ ନିରପେକ୍ଷ ସଂସ୍ଥା ଭାବରେ ସର୍ବଭାରତୀୟ ସ୍ତରରେ ସରକାର ଏବଂ ବେସରକାରୀ ସ୍ତରରେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଜରିଆରେ ବେଶ ସୁନାମ ଅର୍ଜନ କରିପାରିଛି। ଏହି ଅବସରରେ ଏସିଆଇସି ପକ୍ଷରୁ ସାନିଟାଇଜର, ମାସ୍କ ଆଦି ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପରିଡା, ଅସିତ କୁମାର ସାହୁ, ବିକାଶ ସାହୁ, ଆଇନଜୀବୀ ବାଉରୀ ବନ୍ଧୁ ବେଜ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସ୍ୱତନ୍ତ୍ର ଉପକାରାଗାରର ଅଧ୍ୟକ୍ଷ ଦିଲ୍ଲୀପ ବେହେରା ଏ ପ୍ରକାର ନିଆରା କାର୍ଯ୍ୟକ୍ରମ ଏବଂ ସହଯୋଗ ପାଇଁ ସମସ୍ତ ଅତିଥି ଏବଂ ଉପସ୍ଥିତ ଅନ୍ତେବାସୀ ସମସ୍ତ ବୁଦ୍ଧିଜୀବିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।