Odiapua.com

ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ୨୦୨୪, ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କଲେ ତାହା ହିଁ ହେବ ପ୍ରକୃତ ସେବା

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚିତ ଲୋକପ୍ରତିନିଧିମାନେ ସଭା ସମିତିରେ ପାଂଚ ବର୍ଷ କାଳ ସମୟ ନଷ୍ଟ ନ କରି ଗରିବ ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କଲେ ତାହା ହିଁ ହେବ ପ୍ରକୃତ ସେବା ବୋଲି ଭଦ୍ରକ ସାଂସଦ ଓ ବିଧାୟକ ମତ ଦେଇଥିଲେ। ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ସେବା ସପ୍ତାହ ୨୦୨୪ ଆୟୋଜିତ ହୋଇ ଯାଇଛି। ମୋଦି ଜୟନ୍ତୀ ଠାରୁ ଗାନ୍ଧୀ ଜୟନ୍ତୀ ଯାଏ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ଅଜୟ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ବରିଷ୍ଠ ସଦସ୍ୟ ଅମୂଲ୍ୟ ନାୟକ ସଂଚାଳନ କରିଥିବା ବେଳେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ସୁସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ଭାରତୀୟ ଜନତା ପାର୍ଟିର ନେତା ସୌମେନ୍ଦ୍ର ଭାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସେବାକୁ ଜୀବନର ବ୍ରତ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଏହି ଆଲୋଚନାଚକ୍ରରେ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ଓ ଅଧିବକ୍ତା ଗଦାଧର ବଳ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ଚୈତଳୀ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ରଂଜିତା ସ୍ୱାଇଁ, ଅଧିବକ୍ତା ମନୋରଞ୍ଜନ ଦାସ, ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ କୈଳାଶ ମହାପାତ୍ର, ଅଧିବକ୍ତା ସଂଜୟ ମାଝୀ, ଅମ୍ବିକା ଦାସ, ତପନ ମହାନ୍ତି, ସରୋଜ କୁମାର ରାଉତ, ପ୍ରଭାତ ପାଢ଼ୀ, ଅଧ୍ୟାପକ ଲଲାଟ ମଲ୍ଲିକ, ବିପ୍ଳବ ହୋତା ପ୍ରମୁଖ ବହୁ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।