Odiapua.com

ଭାରତୀୟ ଜନତା ପାର୍ଟି ତରଫରୁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ପ୍ରଶିକ୍ଷଣ ଶିବିର- ୨୦୨୧

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ତରଫରୁ ଭଦ୍ରକ ନିର୍ବାଚନ ମଣ୍ଡଳୀ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଡାକ୍ତର ପ୍ରଦୀପ ନାୟକଙ୍କ ନେତୃତ୍ୱରେ ୫ଟି ମଣ୍ଡଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଉଦ୍‌ଘାଟନ କରିଥିଲେ ବିରୋଧି ଦଳର ଉପନେତା ଧାମନଗର ବିଧାୟକ ବିଷ୍ଣୁ ସେଠୀ । ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ପ୍ରଶିକ୍ଷଣ ଦେଇଥିଲେ । ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଭଣ୍ଡାରୀପୋଖରି ଭାଜପା ନେତା ବଦ୍ରୀ ନାରାୟଣ ଧଳ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀହର୍ଷ ସ୍ୱାଇଁ, ଜିଲ୍ଲା ଉପ ସଭାପତି କମଳାକାନ୍ତ ସୂତାର, ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ତପନ ମହାନ୍ତି, ଭାସ୍କର ସାହୁ, ଭଗବାନ ପଣ୍ଡା ସଭାକୁ ପରିଚାଳନା କରିଥିଲେ । ମଣ୍ଡଳ ସଭାପତି ପ୍ରଭାକର ସାମଲ, ଆଦିକନ୍ଦ ନାୟକ, ଉତ୍ତମ ପାତ୍ର, ଗୋପାଳ ସାହୁ, ନାରାୟଣ ସେନାପତି, ଯୁବନେତା ବିକାଶ ଶ୍ରେଷ୍ଠା, ନାରୀ ନେତ୍ରୀ ହରପ୍ରିୟା ସାହୁ ଏହି ସଭାରେ ପ୍ରାୟ ୬୦୦ରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଭାରତୀୟ ଜନତା ପାର୍ଟି କଣ ତାହା ଲୋକମାନଙ୍କ ପାଖରେ ପହଞ୍ଚେଇବା । ଶାସନ ବିଷୟରେ ବୁଝିବା, କିପରି ଭାରତୀୟ ଜନତା ପାର୍ଟିକୁ ଉପରସ୍ତରକୁ ନେଇ ୨୦୨୪ରେ ଜିତାଇବେ ବିରୋଧି ଦଳର ଉପନେତା ତାଙ୍କ ଭାଷଣରେ କହିଥିଲେ । ଭାରତୀୟ ଜନତା ପାର୍ଟି ଲୋକପାଇଁ, ଲୋକମାନଙ୍କର ଲୋକମାନଙ୍କ ଦ୍ୱାରା, ଭାରତ ମାତାର ବଳ । ଏହା ଏକ ବ୍ୟକ୍ତିର ଦଳ ନୁହେଁ, ଯେପରି ବିଜୁ ଜନତା ଦଳ । ଏହି ସଭାକୁ ସହଯୋଗ କରିଥିଲେ ବୃଷଭାନୁ ସାହୁ, ଶଶାଙ୍କ ମିଶ୍ର, ଶଶାଙ୍କ ଦାସ, ରାକେଶ ମହାପାତ୍ର, ପଦ୍ମିନୀ ଦ୍ୱିବେଦୀ, ରମିତା ପାଢ଼ୀ, ମମତା ବେହେରା, ଭାଗିରଥି ମହାକୁଡ, ଶରତ ପରିଡା, ପ୍ରମୋଦ ଦାଶ, ରଂଜନିକାନ୍ତ ଦାସ ।