Odiapua.com

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା ପକ୍ଷରୁ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟରେ ପାଳନ କରାଯାଇଛି । ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ପୌରୋହିତ୍ୟ ଅନୁଷ୍ଠିତ ଏକ ଉତ୍ସବରେ ଭଦ୍ରକ ବିଧାନସଭା ନେତା ଡ଼ା. ପ୍ରଦୀପ କୁମାର ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଏବଂ ଅଶୋକ ପରିଜା, ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ଜୟପ୍ରକାଶ ମଲ୍ଲିକ, ମା’ ସାତଭଉଣୀ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠା, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିରେନ୍ଦ୍ର ଜେନା, ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରମୋଦ ସୁତାର, ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ ଦାସଅଧିକାରୀ, ବୃଷଭାନୁ ସାହୁ, ସ୍ୱର୍ଣ୍ଣଲତା ନାୟକ, ଯୁବନେତା ସରୋଜ ପରିଡା, ଭାଗୀରଥି ମହାକୁଡ଼, ବିଜୟ ନାୟକ ପ୍ରମୁଖ ଯୋଗ ଦେଇ ବିଜେପି ଦଳ ନୀତି, ଆଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଦଳ ଭାବମୂର୍ତ୍ତି ଆଜି ବିଜେପି ଦଳକୁ ଶୀର୍ଷକୁ ନେଇଛି । ଦେଶର ସର୍ବ ବୃହତ୍ ଲୋକପ୍ରିୟ ରାଜନୈତିକ ଦଳ ଭାବେ ବିଜେପି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ବୋଲି ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ଏହି ଦଳକୁ ୧ ନମ୍ବର ଦଳ ଭାବେ ପରିଚିତ କରାଇବା ପାଇଁ ସାମଗ୍ରିକ ଚେଷ୍ଟାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ନେତୃମଣ୍ଡଳୀ ମତ ପ୍ରକାଶ କରିଥିଲେ ।