Odiapua.com

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଜିଲ୍ଲା ସମ୍ମିଳନୀ

ପୁରୀ ୧୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ପୁରୀ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଦଳ ତରଫରୁ ଗରିବ ମାନଙ୍କର ଅଧିକାର, ସାମ୍ବିଧାନିକ ଵିଧି ବ୍ୟବସ୍ଥା ର ସୁରକ୍ଷା, ପୁରୀ ଜିଲ୍ଲା ରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ସମସ୍ତଙ୍କୁ ନିଯୁକ୍ତି, ପର୍ଯ୍ୟଟନର ବିକାଶ, ପୁରୀ ସହରର ଜମି ଜମା ଦ୍ୱନ୍ଦ ର ସମାଧାନ ଆଦିକୁ ନେଇ ଏକ ଶୋଭାଯାତ୍ରା ମେଡିକାଲ ଛକ ନିକଟରୁ ବାହାରି ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ କୁ ଆସିଥିଲେ. ଅହିରାଲିରେ ଦଳର ବହୁ ପୁରୁଖା ନେତା ମାନଙ୍କ ସହିତ ଉଦ୍ଘାଟକ ଭବେ ନନ୍ଦ କିଶୋର ପଟ୍ଟନାୟକ, ଜମ୍ବେଶ୍ବର ସାମନ୍ତରାୟ, ଭୀମସେନ ସ୍ୱାଇଁ, ଜଗନ୍ନାଥ ଦେଓ, ଶରତ କୁମାର ରାୟଗୁର, ରାମଚନ୍ଦ୍ର ମହାପାତ୍ର, ଶ୍ରୀକାନ୍ତ ପରିଜା ପ୍ରଭୁତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।