Odiapua.com

ଭାରତର ଭବିଷ୍ୟତର ଅର୍ଥନୀତି ନିମନ୍ତେ ତଟୀୟ ଓ ସାମୁଦ୍ରିକ ଉତ୍ସରୁ ଉତ୍ତୋଳିତ ସାମୁଦ୍ରିକ ଖଣିଜ ସମ୍ପଦ ପ୍ରମୁଖ ଭୂମିକା ଗ୍ରହଣ କରିବ: କହିଲେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ

ଭୁବନେଶ୍ୱରସ୍ଥିତସିଏସଆଇଆର- ଆଇଏମଏମଟି (ଇନଷ୍ଟିଚୁଟ୍‍ ଅଫ୍‍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜି) ଠାରେ ନୂତନ ବ୍ୟବସ୍ଥା ସୌଧକୁ ଉଦ୍‍‍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ-କହିଲେ, ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତି କ୍ଷେତରେ ଶିଳ୍ପସଂସ୍ଥାମାନଙ୍କ ସମସ୍ତ ପ୍ରକାର ସମସ୍ୟାର ସମାଧାନ ସହିତ ସେମାନଙ୍କର ପୋଷଣୀୟ ବିକାଶ ନିମନ୍ତେ ଆଇଏମଏମଟି ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ଗବେଷଣା ଓ ବିକାଶ ବିଜ୍ଞାନାଗାର।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାମୁଦ୍ରିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତ ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ରରେ ପରିଣତ ହୋଇଛି: ଡକ୍ଟର ଜିତେନ୍ଦ୍ର ସିଂହଚକ୍ଟଗ୍ଦଗ୍ଧରୟ ଙଦ୍ଭ: ୦୫ ଊଋଉ ୨୦୨୧ ୫:୧୫ଚଗ ଭଚ୍ଚ ଚଓଈ ଊରକ୍ଷଷସ

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ; ଭୂବିଜ୍ଞାନ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ; ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ଭାରତର ଭବିଷ୍ୟତର ଅର୍ଥନୀତି ନିମନ୍ତେ ତଟୀୟ ଓ ସାମୁଦ୍ରିକ ଉତ୍ସରୁ ଉତ୍ତୋଳିତ ସାମୁଦ୍ରିକ ଖଣିଜ ସମ୍ପଦ ପ୍ରମୁଖ ଭୂମିକା ଗ୍ରହଣ କରିବ। ମନ୍ତ୍ରୀ ଡକ୍ଟର ସିଂହ କହିଲେ ଯେ ଏହା ବ୍ୟତୀତ ନିକେଲ ଏବଂ କୋବାଲ୍ଟ ଭଳି ଧାତବ ଦ୍ରବ୍ୟ ଅକ୍ଷୟ ଶକ୍ତି ଉତ୍ପାଦନ ପ୍ରଯୁକ୍ତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଯାହାକି ଜଳବାୟୁ ପରିବର୍ତ୍ତନ ଭଳି ଚାଲେଞ୍ଜ ବିରୁଦ୍ଧରେ ମୁକାବିଲା ନିମନ୍ତେ ଏକାନ୍ତ ଜରୁରି।

ଭୁବନେଶ୍ୱରଠାରେ ସିଏସଆଇଆର- ଆଇଏମଏମଟି (ଇନଷ୍ଟିଚୁଟ୍‍ ଅଫ୍‍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜି) ଠାରେ ଏକ ନୂତନ ସୌଧ ବ୍ୟବସ୍ଥାର ଉଦ୍ଘାଟନ ପରିବା ଅବସରରେ ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନଙ୍କୁ କହିଲେ ଯେ ଆଇଏମଏମଟି ଧାତବଦ୍ରବ୍ୟ ଏବଂ ବସ୍ତୁବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ଦେଶର ଗବେଷଣା ଓ ବିକାଶ କ୍ଷେତ୍ରର ଏକ ଅଗ୍ରଣୀ ବିଜ୍ଞାନାଗାର ଯାହାକି ସିଏସଆଇଆର ଅଧୀନରେ କାର୍ଯ୍ୟ କରିଆସୁଛି ଏବଂ ଶିଳ୍ପସଂସ୍ଥାମାନଙ୍କର ପୋଷଣୀୟ ବିକାଶ ଦିଗରେ ସେମାନଙ୍କର ସକଳ ପ୍ରକାର ସମସ୍ୟାର ସମାଧାନ କରିଚାଲିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମୁଦ୍ରିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଛଇ ଏବଂ ଏବେ ମହାସାଗର ଶଯ୍ୟାରୁ ସମ୍ପଦ ଅନୁସନ୍ଧାନ କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ରହିଛି ଯାହାକି ଦେଶର ଭବିଷ୍ୟତର ଶକ୍ତି ଏବଂ ଧାତବ ଚାହିଦାକୁ ପୂରଣ କରିପାରିବ। ସେ କହିଲେ ଯେ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଗଭୀର ସମୁଦ୍ର ଅଭିଯାନ’ ବିଭିନ୍ନ ପ୍ରକାର ନୂତନ ସମ୍ପଦରେ ଦେଶକୁ ସମୃଦ୍ଧ କରିବ ଏବଂ “ନୀଳ ଅର୍ଥନୀତି”କୁ ମଧ୍ୟ ସହାୟକ ହେବ।

ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଆଇଆଇଏମଟି ଏବଂ ଚେନ୍ନାଇର ଏନଆଇଓଟି (ଜାତୀୟ ସାମୁଦ୍ରିକ ପ୍ରଯୁକ୍ତି ପ୍ରତିଷ୍ଠାନ) ମଧ୍ୟରେ ନିବିଡ଼ ସମନ୍ୱୟ ଏବଂ ସହଯୋଗ ମାଧ୍ୟମରେ ଏବେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି ଯାହାକି ଭାରତର ନୀଳ ଅର୍ଥନୀତିକୁ ତ୍ୱରିତ ବିକଶିତ କରିବା ଏବଂ ସାମୁଦ୍ରିକ ସମ୍ପଦର ଉତ୍ତୋଳନ ଦିଗରେ ସହାୟକ ହୋଇପାରିବ। ସେ କହିଲେ ଯେ କେତେକ ସ୍ଥାନରେ ଗଭୀର ସମୁଦ୍ରରେ ଖଣିତ ସମ୍ପଦର ଅନୁସନ୍ଧାନ ଓ ଉତ୍ତୋଳନ ନିମନ୍ତେ ଉପଯୁକ୍ତ ପ୍ରଯୁକ୍ତିର ବିକାଶ ଏବଂ ଏହାର ସଫଳ ପ୍ରୟୋଗ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।ସେହିଭଳି ଗ୍ୟାସ ହାଇଡ୍ରେଟ୍‍ ସମ୍ପଦ ଉତ୍ତୋଳନ ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି।

ସ୍ମରଣଯୋଗ୍ୟ ଯେ ଚଳିତ ବର୍ଷ ଅକ୍ଟୋବର ମାସରେ ମନ୍ତ୍ରୀ ଡକ୍ଟର ସିଂହ ଭାରତର ପ୍ରଥମ ମାନମଯୁକ୍ତ ସମୁଦ୍ର ଅଭିଯାନ ‘ସମୁଦ୍ରାୟନ’ର ଶୁଭାରମ୍ଭ ଚେନ୍ନାଇଠାରେ କରିଥିଲେ ଯାହାକି ଗଭୀର ସମୁଦ୍ର ତଳେ ପଲିମେଟାଲିକ୍‍ ମାଙ୍ଗାନିଜ୍‍ ନୋଡୁଲ, ଗ୍ୟାସ୍‍ ହାଇଡ୍ରେଟ୍‍, ହାଇଡ୍ରୋ- ଥର୍ମାଲ ସଲଫାଇଡ୍‍ ଏବଂ କୋବାଲ୍ଟ କ୍ରଷ୍ଟ ଭଳି ନିର୍ଜୀବ ସମ୍ପଦର ଅନୁସନ୍ଧାନ ପାଇଁ ଉଦ୍ଦିଷ୍ଟ। ଏହିସବୁ ସମ୍ପଦ ୧୦୦୦ରୁ ୫୫୦୦ ମିଟର ଗଭୀର ସମୁଦ୍ର ଶଯ୍ୟାରେ ଗଚ୍ଛିତ ରହିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଗତ ସାତବର୍ଷ ମଧ୍ୟରେ, ସିଏସଆଇଆର- ଆଇଏମଏମଟିର ଗବେଷଣା ଓ ବିକାଶ କାର୍ଯ୍ୟରେ ଭାରତୀୟ ଶିଳ୍ପସଂସ୍ଥାମାନେ କିଭଳି ବୈଶ୍ୱିକ ଚାଲେଞ୍ଜର ସମ୍ମୁଖୀନ ହୋଇପାରିବେ ସେଥି ନିମନ୍ତେ ସେମାନଙ୍କୁ ସଶକ୍ତ କରିବା ନିମନ୍ତେ ଅଧିକ ଗୁରୁତ୍ୱ ଆରୋପ କରାଯାଇଆସୁଛି। ସେମାନଙ୍କୁ ଅତ୍ୟାଧୁନିକ ତଥା ଜିରୋ ବର୍ଜ୍ୟଯୁକ୍ତ ପ୍ରଯୁକ୍ତି ସାଧନ ଓ ପରାମର୍ଶ ସେମା ଯୋଗାଇ ଦିଆଯାଉଛି ଯଦ୍ୱାରା ସେମାନେ ସରକାରୀ- ଘରୋଇ ସହଭାଗୀତା (ପିପିପି) ପଦକ୍ଷେପ ମାଧ୍ୟମରେ ପ୍ରାକୃତିକ ସମ୍ପଦର ବ୍ୟାବସାୟିକ ଉତ୍ତୋଳନ କରିବାକୁ ସକ୍ଷମ ହୋଇପାରିବେ। ସେ କହିଲେ ଯେ ଏଭଳି କାର୍ଯ୍ୟ ଏବଂ ପ୍ରଯୁକ୍ତିଗତ ପ୍ରୟାସ ଯାହାକି ସିଏସଆଇଆର- ଆଇଏମଏମଟି ଦ୍‍ବାରା ଶିଳ୍ପସଂସ୍ଥାମାନଙ୍କୁ ଯୋଗାଇ ଦିଆଯାଉଛି ତାହା ଅନେକ ଧାତବ ପଦାର୍ଥ ଏବଂ ସେଥିରୁ ଆହରଣ କରାଯାଉଥିବା ମିଶ୍ରଧାତୁ ଆଧାରିତ ଶିଳ୍ପସଂସ୍ଥାମାନଙ୍କ ପାଇଁ ପ୍ରଥମ ପସନ୍ଦ ହୋଇଛି। ସେହିଭଳି ଅଧିକ ମୂଲଯୁକ୍ତ କରିବା ସକାଶେ ଅତ୍ୟାଧୁନିକ ଧାତବପଦାର୍ଥ ଏବଂ ଜଟିଳ କଞ୍ଚାମାଲକୁ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବା କ୍ଷେତ୍ରରେ ସିଏସଆଇଆର- ଆଇଏମଏମଟି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।

ସିଏସଆଇଆର- ଆଇଏମଏମଟି ଠାରେ ସାଧାରଣ ଗବେଷଣା ଏବଂ ପ୍ରଯୁକ୍ତି ବିକାଶ ହବ୍‍ (ସିଆରଟିଡିଏଚ) ସ୍ଥାପନ କରାଯାଇଛି ଯାହାକି ସିଏସଆଇଆର- ଆଇଏମଏମଟି ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ (ଡିଏସଆଇଆର)ଙ୍କର ଏକ ମିଳିତ ଉପକ୍ରମ; ତାହା ପ୍ରଯୁକ୍ତିଗତ ସମାଧାନ ଠାରୁ ମେଌକ୍ଷଗ୍ଧ;ର ଉଦ୍ଦ୍ୟୋଗୀ/ଷ୍ଟାର୍ଟ ଅପ୍‍ ତଥା ଷ୍ଟାର୍ଟ ଅପମାନଙ୍କୁ ଇନକୁବେସନ୍‍ ସୁବିଧାସୁଯୋଗମାନ ଯୋଗାଇ ଦେଉଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଲା ଏମଏସଏମଇମାନଙ୍କ ଠାରେ ନବସୃଜନର ଭାବନା ସୃଷ୍ଟି କରିବା ଓ ତାହାକୁ ପ୍ରୋତ୍ସାହନ ଯୋଗାଇବା ଏବଂ ସେମାନଙ୍କ ସକଳ ପ୍ରକାର ଗବେଷଣା ଓ ବିକାଶ ଅଥବା ନୂତନ ବସ୍ତୁ ଓ ରାସାୟନିକ ପ୍ରକ୍ରିୟା କ୍ଷେତ୍ରରେ ଜ୍ଞାନଭିତ୍ତିକ ସହଯୋଗ ଯୋଗାଇବା। ଏହାର ତିନିଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି:

-ଏମଏସଏମଇ ଏବଂ ଷ୍ଟାର୍ଟ ଅପ୍‍ମାନଙ୍କୁ ଗବେଷଣା ଓ ବିକାଶ ଏବଂ ଜ୍ଞାନ ଆଧାରିତ ସମର୍ଥନ

-ଏମଏସଏମଇମାନଙ୍କ ଠାରେ ନବସୃଜନର ବିକାଶ ଘଟାଇବା ନିମନ୍ତେ ସେମାନଙ୍କ ପାଇଁ ମେଌକ୍ଷଗ୍ଧ;ର ହେବା, ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ, ସହଯୋଗ କରିବା ଏବଂ ସେମାନଙ୍କ ହାତଧରି ଆଗକୁ ଅଗ୍ରସର କରାଇବା

-ଆଇପିଆର ସମର୍ଥନ, ବିଜ୍ଞାନାଗର ସୁବିଧା, ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ନିମନ୍ତେ ପରୀକ୍ଷଣ ଏବଂ ବିଶ୍ଳେଷଣ ସହଯୋଗ ତଥା ବର୍ତ୍ତମାନର ଉତ୍ପାଦନ ପଦ୍ଧତିର ଅଡିଟିଂ ଆଦି କାର୍ଯ୍ୟ ସମର୍ଥନ

ବର୍ତ୍ତମାନ ସିଆରଟିଡିଏଚ କାର୍ଯ୍ୟକ୍ରମ ଅଧୀନରେ ମେଟାଲର୍ଜିକାଲ/ ଆଗ୍ରୋ/ ବଏଲର/ ଇଲେକ୍ଟ୍ରୋନିକ୍‍/ ଧାତବ – ଏମଏସଏମଇ/ ଷ୍ଟାର୍ଟ ଅପ୍‍ଙ୍କ ସହିତ ଅନେକଗୁଡ଼ିଏ ସହଯୋଗଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଯାହା ନୂତନ ବସ୍ତୁ, କୋଟିଂ, କୃଷି ବର୍ଜ୍ୟରୁ ସଂପଦ ସୃଷ୍ଟି (କେ-ସମୃଦ୍ଧ ସାର), ଇଲେକ୍ଟ୍ରୋନିକ୍‍ ବର୍ଜରୁ ସଂପଦ (ସେଥିରୁ ମୂଲ୍ୟବାନ ଧାତବ ଦ୍ରବ୍ୟ ସଂଗ୍ରହ) ଆଦି କାର୍ଯ୍ୟ ସଂପାଦନ କରାଯାଉଛି। ଏପର୍ଯ୍ୟନ୍ତ ଏହା ୪ଟି କୃଷି ଓ ମେଟାଲର୍ଜିକାଲ/ଧାତବ ଶିଳ୍ପ ସଂକ୍ରାନ୍ତ ପ୍ରଯୁକ୍ତିଗତ ସମାଧାନ ପନ୍ଥା ଏବଂ ୧୦ଟି କୋଭିଡ଼ ବିରୁଦ୍ଧରେ ଉପଯୋଗ କରିବା ଭଳି ସାନିଟାଇଜର, ତରଳ ସାବୁନ, ବିଶୋଧକ କିଟ୍‍ ଆଦି ୧୪ଟି ଏମଏସଏମଇଙ୍କୁ ଯୋଗାଇ ସାରିଛି।

ଇଲେକ୍ଟ୍ରନ୍‍ ମାଇକ୍ରୋସ୍କୋପ୍‍ ପ୍ରସାରଣ (ଟିଇଏମ):

ପ୍ରସାରଣ ଇଲେକ୍ଟ୍ରନ୍‍ ମାଇକ୍ରୋସ୍କୋପ୍‍ (ଟିଇଏମ) ଏକ ଉଚ୍ଚକ୍ଷମତାସମ୍ପନ୍ନ ଉପକରଣ ଯାହାକି ଅତ୍ୟାଧୁନିକ ପରୀକ୍ଷଣ ସୁବିଧା ନିମନ୍ତେ ଆହରଣ କରାଯାଇଛି ଏବଂ ତାହା ଗବେଷଣା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ବିଭିନ୍ନ ପ୍ରତିଷ୍ଠାନକୁ ସହାୟକ ହୋଇପାରୁଛି। ଏହା ଫଳରେ ଅତ୍ୟାଧୁନିକ ଗବେଷଣାର ବିକାଶ ସମ୍ଭବପର ହୋଇପାରୁଛି।

ଏକ ଅତ୍ୟାଧୁନିକ ପ୍ରଯୁକ୍ତି ହୋଇଥିବାରୁ ସିଏସଆଇଆର- ଆଇଏମଏମଟିର ଟିଇଏମ ଫାସିଲିଟି ବିଭିନ୍ନ ପଦାର୍ଥର ଗଠନ, ପର୍ଯ୍ୟାୟକ୍ରମିକ ଗଠନ ଏବଂ ସ୍ୱରୂପ ଆଦିକୁ ନାନୋସ୍କେଲ୍‍ରେ ନିର୍ଦ୍ଧାରଣ କରିବାରେ ସକ୍ଷମ ହୋଇପାରୁଛି। ଏହା ଚୁମ୍ବକୀୟ ନାନୋପାର୍ଟିକିଲକୁ ଲୋରେଞ୍ଜ ଲେନ୍ସ ବ୍ୟବହାର କରି ସେସବୁର ଚାରିତ୍ରିକ ସ୍ୱରୂପ ଜାଣିବାରେ ମଧ୍ୟ ସକ୍ଷମ ହେଉଛି ଏବଂ ଭୂପୃଷ୍ଠ ଓ ପିଣ୍ଡର ୩ଡି ସୂଚନାକୁ ଏକାସଙ୍ଗେ ସଂଗ୍ରହ କରିପାରୁଛି। ଅତ୍ୟାଧୁନିକ ଗବେଷଣା ସୁଯୋଗ ପାଇଁ ଏଭଳି ନୂତନ ସୁବିଧା ବ୍ୟବସ୍ଥା ବେଅଜ୍ଞାନିକ, ଗବେଷକ ଏବଂ ଶୈକ୍ଷିକ ଅନୁଷ୍ଠାନର ଶିକ୍ଷକମାନଙ୍କୁ ତଥା ଶିଳ୍ପସଂସ୍ଥାମାନଙ୍କର ପଦାର୍ଥ ବିକାଶ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ସହାୟକ ହେଉଛି। ଏହା ନୂତନ ଗବେଷଣା ଓ ବିକାଶ ସୁଯୋଗ ଜ୍ଞାନ ସୃଷ୍ଟି, ମାନବ ସମ୍ବଳ ବିକାଶ, ଇସିଏଫ ସୃଜନ, ପ୍ରକାଶନ/ ପାଟେଌକ୍ଷଗ୍ଧ;୍‍, ନୂତନ ଗବେଷଣା ଓ ବିକାଶ ସୁଯୋଗ ସୃଷ୍ଟିରେ ସହାୟକ ହେବ।