Odiapua.com

ଭାରତରେ ଶୀଘ୍ର ଲଞ୍ଚ ହେବ ହ୍ୱାଟ୍ସଆପ୍ ପେମେଣ୍ଟ ସର୍ଭିସ – ମାର୍କ ଜକରବର୍ଗ

ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) ଫେସବୁକର ସିଇଓ ମାର୍କ ଜକରବର୍ଗ ବୁଧବାରଦିନ କହିଛନ୍ତି କି ଶିଘ୍ର ହିଁ ହ୍ୱାଟ୍ସଆପ୍ ପେମେଣ୍ଟ ସର୍ଭିସ ଭାରତରେ ଲଞ୍ଚ ହେବ। ସେ କହିଛନ୍ତି କି ଫେସବୁକ ଭାରତରେ ସର୍ଭିସ ଟେଷ୍ଟିଙ୍ଗ କରୁଛି ଏବଂ ଜଲ୍ଦୀ ହିଁ ଏହି ଆପ୍ ପେମେଣ୍ଟ ସର୍ଭିସ ଲଞ୍ଚ ହେବ। ଅବଶ୍ୟ, ଏଥିପାଇଁ କୌଣସି ସମୟ ସୀମା ଘୋଷଣା କରିନାହାଁନ୍ତି।

ଚଳିତ ବର୍ଷର ପ୍ରାରମ୍ଭରେ ହ୍ୱାଟ୍ସଆପ୍ ର ଗ୍ଲୋବାଲ ହେଡ ବିଲ କ୍ୟାଥକାର୍ଟ ଭାରତ ଭିଜିଟ୍ ସମୟରେ ମଧ୍ୟ ଏହି ଏହା କନ୍ଫର୍ମ କରିଥିଲେଯେ, ହ୍ୱାଟ୍ସଆପ୍ ବର୍ତ୍ତମାନ ଭାରତରେ ପ୍ରାୟତଃ ୧୦ କୋଟି ୟୁଜ଼ର୍ସଙ୍କ ସହିତ ପେମେଣ୍ଟ ସର୍ଭିସ ଟେଷ୍ଟିଙ୍ଗ କରାଯାଉଛି।

ସୂଚନାଯୋଗ୍ୟଯେ, ସମ୍ପୂର୍ଣ୍ଣ ଦୁନିଆରେ ହ୍ୱାଟ୍ସଆପ୍ ର ୧.୫ ବିଲିୟନ ୟୁଜ଼ର୍ସ ଅଛନ୍ତି ଯେଉଁଥିରେ ଭାରତରେ ୪୦ କୋଟି ୟୁଜ଼ର୍ସ ଅଛନ୍ତି। ଏହା ସହିତ ଭାରତ ହ୍ୱାଟ୍ସଆପ୍ ପାଇଁ ସବୁଠାରୁ ବଡ଼ ମାର୍କେଟ ଅଟେ।

କୁହାଯାଇପାରେଯେ, କି ହ୍ୱାଟ୍ସଆପ୍ ବର୍ତ୍ତମାନ ବିଟା ମୋଡରେ ଅଛି କିନ୍ତୁ ଡେଟା ପ୍ରୋସେସିଙ୍ଗକୁ ନେଇକରି ଏବେ ଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ସ୍କ୍ରୁଟିନି ଚାଲୁଛି। ସରକାର କହିଛନ୍ତିଯେ, ଫାଇନାନସିଆଲ୍ ଡାଟାକୁ ଦେଶର ଭିତରେ ହିଁ ଷ୍ଟୋର କରିବାକୁ ପଡ଼ିବ ଏବଂ ଯଦି ଏହା ଦେଶର ବାହରୁ ପ୍ରୋସେସ କରାଯାଉଛି ତେବେ ୨୪ ଘଣ୍ଟା ଭିତରେ ଏହାକୁ ଦେଶ ଭିତରକୁ ଆଣିବାକୁ ହେବ। ରେଗୁଲେଟର୍ସ ହ୍ୱାଟ୍ସଆପ୍ କ୍ଲଜ଼କୁ ନେଇକରି ଚିନ୍ତା ବ୍ୟକ୍ତ କରିଥିଲେ ଏହି କାରଣରୁ ପେମେଣ୍ଟ ସର୍ଭିସକୁ ଭାରତରେ ଲଞ୍ଚ କରିବାପାଇଁ ବିଳମ୍ବ ହେଉଛି।

ଭାରତ ଡିଜିଟାଲ ପେମେଣ୍ଟର ବହୁତ ବଡ଼ ମାର୍କେଟ ଅଟେ। ବିମୁଦ୍ରାୟନ ପରେ ଭାରତରେ ଡିଜିଟାଲ ପେମେଣ୍ଟ ବହୁତ ବଢ଼ିଛି। ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ଫାର୍ମ କ୍ରେଡିଟ ସୁଇସ୍ ମୁତାବକ ୨୦୨୩ ପର୍ଯ୍ୟନ୍ତ ଭାରତର ମୋବାଇଲ ପେମେଣ୍ଟ ମାର୍କେଟ ଏକ ଟ୍ରିଲିୟନ ଡଲାର ହୋଇଯିବ।