Odiapua.com

ଭାରତରେ ଲଞ୍ଚ ହେଲା Huawei Y9 Prime

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ହୁୱାଇ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ Huawei Y9 Prime 2019 ଲଞ୍ଚ କରିଛି। Huawei Y9 Prime 2019ର ଲଞ୍ଚିଙ୍ଗ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ କରାଯାଇଛି।

ତେବେ ଫୋନର ବିକ୍ରି ପ୍ରଥମେ ଆମାଜନ ଇଣ୍ଡିଆରୁ ଆରମ୍ଭ ହେବ। ଏହି ଫୋନ୍ ର ବିଶେଷତ୍ଵ ହେଲା, ଏଥିରେ ପପ୍ ଅପ୍ ସେଲ୍ଫି କ୍ୟାମେରା ଦିଆଯାଇଛି। Huawei ର ଏହା ପ୍ରଥମ ଫୋନ୍ ହେବ ଯେଉଁଥିରେ ପପ୍ ଅପ୍ ସେଲ୍ଫି କ୍ୟାମେରା ମିଳିବ। ଏହାବ୍ୟତିତ ଏହି ଫୋନରେ Huawei ର ଆକ୍ଟାକୋର ହାଇ-ସିଲିକନ୍ କିରୀନ୭୧୦ ଏଫ୍ ପ୍ରୋସେସର ମିଳିବ। Huawei ର ଏହି ଫୋନ୍ ର ତୁଳନା ଓପୋ କେ୩, ରିୟଲମି ଏକ୍ସ ଏବଂ ରେଡମି କେ୨୦ ସହିତ ହେବ।