Odiapua.com

ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କ ୧୦ତମ ମହାପ୍ରୟାଣ ଦିବସ ଅବସରରେ ଧାମନଗରସ୍ଥିତ ଅବଦୁଲ କାଲାମ ପାଠାଗାର ପରିସରରେ ଥିବା ତାଙ୍କ ପ୍ରତିମୂର୍ତିରେ ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପରିଷଦର ସଭାପତି ଅନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପରିଷଦର ସାଧାରଣ ସଂପାଦକ ସଚିକାନ୍ତ ପଣ୍ଡା, ବରିଷ୍ଠ ସଦସ୍ୟ ସୁରଥ ଚନ୍ଦ୍ର ସେଠୀ, ନିରାକାର ଦଳ, ଅଭିମନ୍ୟୁ ମଲ୍ଲିକ, ହୃଦାନନ୍ଦ କର, ମହେଶ୍ୱର ସ୍ୱାଇଁ, ରାମଚନ୍ଦ୍ର ସାହୁ, ନୃସିଂହ ନାୟକ, ବୁଧିରାମ ବେହେରା, ସେକ୍ ଅବଦୁଲ ହାକିମ, ହେମେନ୍ଦ୍ରନାଥ ମହାନ୍ତି, ସମାଜସେବୀ ଗଂଗାଧର ରାଉତ, ପ୍ରହ୍ଲାଦ ବେହେରା, ଭିକାରୀ ବେହେରା, ଦେବେନ୍ଦ୍ର କୁମାର ରାମଙ୍କ ସମେତ ସାମ୍ବାଦିକ ପ୍ରଦୀପ ମହାପାତ୍ର, ସେକ୍ ଜାଫର ଅଲ୍ଲୀ, କୃଷ୍ଣଚନ୍ଦ୍ର ଜେନା, ସୁଧାକର ଦାଶ, ସୁଶାନ୍ତ କୁମାର ରାଉତ, ସନ୍ତୋଷ ମହାପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ କାଲାମଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିଷଦର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ବେହେରାଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।