Odiapua.com

ଭାରତଯୋଡ଼ ଯାତ୍ରାର ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସର ପଥପ୍ରାନ୍ତ ସଭା

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତଯୋଡ଼ ଯାତ୍ରାର ଏକବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ପଦଯାତ୍ରା ଓ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟରୁ ପଦଯାତ୍ରା ଆରମ୍ଭ କରି ଥାନାଛକ ସ୍ଥିତ ମହତାବ କୋଠୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସେଠାରେ ପଥପ୍ରାନ୍ତ ସଭା କରାଯାଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଯୋଗ ଦେଇ ରାଜ୍ୟର ବିଜେଡ଼ି ସରକାର ଏବଂ କେନ୍ଦ୍ରର ବିଜେପି ସରକାର କିଭଳି ଦେଶ ଓ ରାଜ୍ୟକୁ ଲୁଟ୍ କରିଚାଳିଛନ୍ତି ତାହାର ଉଦାହଣ ଦେଇଥିଲେ । ଲୋକଙ୍କୁ ମିଠା କଥା କହି ପଇସା ଦେଇ ଭୋଟ୍ ହାତେଇବାରେ ଏହି ଦୁଇ ଦଳ ସିଦ୍ଧହସ୍ତ ବୋଲି ସେ କହିଥିଲେ । ଜିଲ୍ଳା କଂଗ୍ରେସର ପୂର୍ବତନ ସଭାପତି ନାରାୟଣ ପାଢୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ସତ୍ୟାନନ୍ଦ ରାଉତ, ଦିଗମ୍ବର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଜେନା, ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ସବିତା ଚନ୍ଦ, ପିସିସି ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଅସ୍‌ରଫ୍ ଅଲ୍ଲୀ ଖାଁ, ସଂଖ୍ୟାଲଘୁ କମ୍ୟୁନିଟି ପ୍ରଦେଶ ସଂପାଦିକା ରେହେନା ବିବି, ଯୁବନେତା ସୁଶାନ୍ତ ମହାକୁଡ଼, ନଳିନୀ ମହାନ୍ତି, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ (ଚିଲିକା), ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ୍ ଅଲୀ ଖାଁ, ସୁଶାନ୍ତ ଦାସ, ସରୋଜ ଦାସ, ସାଗର ପରିଡ଼ା, ରମେଶ ବେହେରା, ବରିଷ୍ଠ ନାରୀନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ଯୁବନେତା ରଜନୀ ଚାନ୍ଦ, ରିୟାଜ୍ ଖାଁ, ପୃଥ୍ୱୀରାଜ ନାୟକ, ଧାମନଗର ଯୁବ କଂଗ୍ରେସ ସଭାପତି ଆଲୋକ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।