Odiapua.com

ଭାରତମାତା ପୂଜନ ସମିତିର ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

କଟକ-୧୧-୮ (ଓଡ଼ିଆ ପୁଅ) : ଶୁକ୍ରବାରଦିନ ଭାରତମାତା ପୂଜନ ସମିତିର ସ୍ୱାଧୀନତା ଦିବସ ପାଳନର ସଫଳତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସି.ଡ଼ି.ଏ ସେକ୍ଟର-୭ସ୍ଥିତ ସମିତିର କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମିତିର ସଭାପତି ଶ୍ରୀ ଭିକାରୀ ଦାସ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ଶ୍ରୀ ମନୋରଞ୍ଜନ ସାହୁ ଚଳିତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ରିଂରୋଡ଼ ସି.ଡ଼ି.ଏ.ସ୍ଥିତ ଭାରତମାତା ମନ୍ଦିର ମଣ୍ଡପରେ ସକାଳ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତୋଳନ କରାଯିବ ବୋଲି ସୂଚନା ଦେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ସମିତିର ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ସମୀର ଦେ ଏହି ଜାତୀୟ ପତାକାକୁ ଉତୋଳନ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟସଭ୍ୟାମାନେ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ ରହିବାକୁ ଶ୍ରୀ ସାହୁ ଅନୁରୋଧ କରିଥିଲେ। ଏହି ବୈଠକରେ ସମିତିର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷା ଶ୍ରୀମତୀ ଗୀତାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।