Odiapua.com

ଭାରତକୁ ସ୍କିଲ୍ କ୍ୟାପିଟାଲ ସହ ଯୁବକଙ୍କୁ ଉଦ୍ୟମୀ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା-ଧର୍ମେନ୍ଦ୍ର ପ୍ରଧାନ

ୟୁପିରେ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

– ୟୁପିରେ ନାଗରିକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ ହେଉଛି

ଚନ୍ଦୌଲି, ଡ଼ିସେମ୍ବର ୧୨ (ଓଡ଼ିଆ ପୁଅ) – ଭାରତକୁ ସ୍କିଲ୍ କ୍ୟାପିଟାଲ କରିବା ଏବଂ ଯୁବକଙ୍କୁ ଉଦ୍ୟମୀ ତଥା ସେମାନଙ୍କୁ ରୋଜଗାର ସହ ଯୋଡ଼ିବା ଆମର ସର୍ବୋଚ୍ଚ ପ୍ରାଥମିକତାରେ ରହିଛି ବୋଲି ରବିବାର ଉତରପ୍ରଦେଶ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର- ଚନ୍ଦୌଲି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂତନ ସମ୍ମିଳନୀ କକ୍ଷର ଉଦ୍‌ଘାଟନ ପାଇଁ ସମସ୍ତ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକାର୍ପିତ ଏହି ବହୁମୁଖୀ ହଲ୍ ଯୁବ ବର୍ଗ, ବିଦ୍ୟାର୍ଥୀ ଏବଂ ଜନସାଧାରଣମାନେ ଉପକୃତ ହେବେ। ଏଠାରେ ପିଲାମାନେ କ୍ରୀଡ଼ା, ସହ ପାଠ ପଢ଼ି ପାରିବେ। ସେମାନଙ୍କ କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଏହାସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଏହି ହଲରେ ଆଦି ହେବାର ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଏହି ବହୁମୁଖୀ ହଲ୍ ଶିକ୍ଷା ଏବଂ ଦକ୍ଷତାର ମନ୍ଦିର ହେବ। ଚନ୍ଦୌଲିର ଯୁବକ ଶିକ୍ଷା ଏବଂ ଦକ୍ଷତା ସହ ଯୋଡ଼ିହେବା ଭଳି ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ରହିଥିବା ବେଳେ ଆଗାମୀ ଦିନ ମାନଙ୍କର ଏହି ବିଦ୍ୟାଳୟକୁ ଆହୁରି ଅଧିକ ଭବ୍ୟ କରାଯିବ। ୨୦୨୨ ଜାନୁଆରୀ ମାସରେ ବିଦ୍ୟାଳୟ ପରିସରରେ ଏକ ଦକ୍ଷତା କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ ଧାମରେ ଭବ୍ୟତାର ନୂଆ ରୂପରେଖର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନନ୍ତ ପ୍ରୟାସ ଏବଂ ଜନଆସ୍ଥା କାରଣରୁ ଆଜି ୨୫୦ ବର୍ଷ ପରେ କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ହେଉଛି। ଆସନ୍ତାକାଲି ଦିବ୍ୟ କାଶୀ ଭବ୍ୟକାଶୀର ଲୋକାର୍ପଣ ଏବଂ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ଚନ୍ଦୌଲିର କେନ୍ଦ୍ରୀୟ ବିଦ୍ୟାଳୟରେ ସୁନ୍ଦର ନବନିର୍ମିତ ବହୁମୁଖୀ ସମ୍ମିଳନୀ କକ୍ଷର ଉଦ୍‌ଘାଟନ ଜନସାଧାରଣଙ୍କୁ ଅତ୍ୟନ୍ତ ଗୌରବାନ୍ୱିତ କରିଛି।

ଭାରତକୁ ସ୍କିଲ କ୍ୟାପିଟାଲ କରିବା, ଯୁବକଙ୍କୁ ଉଦ୍ୟମୀ ଏବଂ ରୋଜଗାର ସହ ଯୋଡ଼ିବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି। ସ୍କିଲ ଗ୍ୟାପକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ଦକ୍ଷତା କମିଟି ଗଠନ କରାଯାଇଛି। ଭେଲ୍ ହେଉ କିମ୍ବା ରେଲ୍ କିମ୍ବା ଚନ୍ଦୌଲିର ଟେକ୍ସଟାଇଲର ବ୍ୟବସାୟ ; ଜିଲ୍ଲାର ନାଗରିକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।