Odiapua.com

ଭାଟସାହି ଜୋନରେ ଭର୍ଚୁଆଲ ମିଟିଂ

ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାଟସାହି ଜିଲାପରିଷଦ ଜୋନ୍‌ରେ ଆଜି ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏଥିରେ ଜୋନ୍‌ର ବିଭିନ୍ନ ସମସ୍ୟା ବୁଝିବା ସହିତ ଲୋକମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ। କରୋନା ଏବେ ସମାଜରେ ବଡ଼ ଭୟଙ୍କର ସମସ୍ୟାଭାବେ ଉଭା ହୋଇଥିବାବେଳେ ଏହାକୁ ଖାମ ଖିଆଲି ଭାବେ ନନେବା ପାଇଁ ପରାମର୍ଶ ଦେଇଥିଲେ। ଏବେବି କରୋନା ମହାମାରୀ ହଟିନାହିଁ। ବହୁତ ସଚେତନା ହେବାକୁ ଆମକୁ ପଡ଼ିବ। ନିଜକୁ ସୁରକ୍ଷିତ ରଖିବା ସହ ପରିବାରକୁ ଏହି ଭୟଙ୍କର ସ୍ଥିତିରୁ ମୁକୁଳେଇବା ପାଇଁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ସଫା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଭର୍ଚୁଆଲ ମିଟିଂରେ ବିଭିନ୍ନ ବର୍ଗର ଲୋକ ସାମିଲ ଥିଲେ।