Odiapua.com

ଭାଜପା ପାର୍ଟୀର ସାମ୍ବାଦିକ ସମ୍ମିଳନୀ,ବିଜୁ ସ୍ୱାସ୍ଥ୍ୟକାର୍ଡ ବିଜେଡି ଦଳର ନିର୍ବାଚନୀ ପୁସିଂକାର୍ଡ

ମାଲକାନଗିରି,୧୯ା୮(ଓଡିଆ ପୁଅ ) ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗସ୍ତକରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମକୁ ସମାଲୋଚନା କରି ଭାଜପା ଦଳ ଏହା ବିଜେଡି ଦଳର ନିର୍ବାଚନି ଚାଲ ବୋଲି କହିଛନ୍ତି । ଆଜି ମାଲକାନଗରି ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲାପରିଷଦ ସଭାପିତି ଦଶରଥପଡିଆମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ଜିଲ୍ଲାପ୍ରଭାରୀ କାଳିରାମ ମାଝୀ,ଭାଜପା ଯୁବ ମୋର୍ଚା ପ୍ରଭାରୀ ଉମେଶ ଖୋସଲା ପ୍ରମୁଖ ଉପସ୍ଥିତ ରହି ବିଜେଡି ଦଳର ସରକାରି ପଇସାରେ ନିର୍ବାଚନି ପ୍ରଚାର ଚଳାଇଛନ୍ତି ,ଏହା ଗରିବ ଲୋକଙ୍କ ପାଇଁ ସ୍ମାର୍ଟ ହେଲଥ କାର୍ଡ ନୁହଁ ବିଜେଡି ଦଳର ନିର୍ବାଚନି ପୁସିଂକାର୍ଡ,ପୁବ ର୍ରୁ କେନ୍ଦ୍ରସରକାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଥିବା ବେଳେ କାହିଁକି ଆଜି ଯାଏ ରାଜ୍ୟରେ ତାହା ଲାଗୁ କରାଯାଇ ନାହିଁ,କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟସରକାର ନିଜ ନା ଦେଉଛି ।ଜିଲ୍ଲାରେ ଆବଶ୍ୟକ ପରିମାଣର ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ ନାହାଁନ୍ତି, ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି,ଜିଲ୍ଲାର ବିଭିନ୍ନ ସମସ୍ୟା ସହିତ ସ୍ମାର୍ଟ କାର୍ଡ ବଟଂନ ନାମରେ ବିଜେଡି ସରକାରଙ୍କ ନିର୍ବାଚନି ଚାଲ ବୋଲି ସମ୍ବାଦିକ ସମ୍ମିଳନୀରେ ବିଧାୟକ ଆଦିତ୍ୟ ମାଢି କହିଛନ୍ତି । ଆସନ୍ତା କାଲି କୋରାପୁଟ ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ଗସ୍ତରେ ଆସୁଛନ୍ତି, ସେ ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲାକୁ ରେଳ ପଥ ନିର୍ମାଣ ପାଇଁ ଗୁରୁତ୍ୱ ଦେବେ ସେ ସଂପର୍କରେ ତାଙ୍କ ସହିତ ଆଲୋଚନା କରା ଯିବ ବୋଲି ବିଧାୟକ ଶ୍ରୀ ମାଢୀ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜଳନ୍ଧର ନାୟକ,ଅକ୍ଷୟ ବିଶ୍ୱାଳ,ମାଣିକଲାଲ ଚକ୍ରବର୍ତି,ନବଘନ ଲୋକେଇ ଙ୍କ ସହ ଭାଜପାର ଅନେକ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।