ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳ ସମ୍ପଦବିଭାଗ ର ଭଣ୍ଡାରିପୋଖରୀ କନିଷ୍ଠ ଯନ୍ତ୍ରୀ କାର୍ଯାଳୟ ର ପାଚେରୀ ନିର୍ମାଣ ରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି।କାର୍ଯାଳୟ ର ପଛ ପଟ ପାଚେରୀ ଧସେଇ ଯାଇଥିବା ବେଳେ ତାହାର ମରାମତି କରାନଯାଇ ସମ୍ମୁଖ ପାଚେରୀ ଭଲ ଥିଲା ବେଳେ ମାତ୍ର ଏକ ରଦା ଇଟା ଯୋଗ କରି ପଲସ୍ତରା କରାଯାଉଅଛି। ସ୍ଥାନୀୟ ଗ୍ରାମ ବାସି ଏ ଭଳି କାର୍ଯ୍ୟ କୁ ନାପସନ୍ଦ କରିଛନ୍ତି।