Odiapua.com

ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ଼, ୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ ଜୁମ୍ ଆପ୍ ଦ୍ୱାରା ପାଳିତ ହୋଇଯାଇଛି। କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏଥିରେ ସଭାପତିତ୍ୱ କରିଥିବାବେଳେ ସ୍ୱର୍ଗତ ନେତାଙ୍କର ସ୍ମୃତିକୁ ମନେପକାଇ ସେ ଜଣେ ଆଦର୍ଶବାଦ, ସମାଜବାଦ ନେତା ବୋଲି କହିବା ସହିତ ନୟାଗଡ଼ ଜିଲ୍ଲାପାଇଁ ତାଙ୍କର ଅବଦାନ ଭୁଲିବାର ନୁହେଁ ବୋଲି କହିଥିଲେ। ଏଥିରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ସ୍ୱର୍ଗତ ନେତାଙ୍କର ଅପାସୋରା ସ୍ମୃତିକୁୁ ରୋମନ୍ଥନ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଳକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଓଡ଼ଗାଁ ବ୍ଳକ ଉପଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, କୃଷକ ନେତା ଜଗନ୍ନାଥ ପଣ୍ଡା, ବସନ୍ତ ରଥଶର୍ମା, ସୁବାସ କଅଁର, ଗୁରୁପ୍ରସାଦ ଜେନା, ଶେଖ୍ ନୟିମୁଦିନ୍, ଗଙ୍ଗାଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।