Odiapua.com

ଭାଗବତ ପାରାୟଣ ପ୍ରବଚନ ଉଦଯାପିତ

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ଦକ୍ଷିଣବାଡ଼ ସ୍ଥିତ ହରିମଣ୍ଡପ ଠାରେ ୩୪ତମ ତ୍ରି- ଦିବସୀୟ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସର ଶୁଭ କଳସ ସ୍ଥାପନ ଓ ଷୋଡଶଉପଚାର ପୂଜା ପରେ ଭାଗବତ ପାରାୟଣ ଆରମ୍ଭ ହୋଇଥିଲା । ବ୍ୟାସ ଭାବରେ ପଣ୍ଡିତ ନାରାୟଣ ପଣ୍ଡା ଦାୟିତ୍ୱ ସମ୍ପାଦନ କରିଥିବାବେଳେ ଧାରକ ଭାବେ ସନ୍ତୋଷ ପଣ୍ଡା ଓ ଅମୁଲ୍ୟ ପଣ୍ଡା କାର୍ଯ୍ୟ ତୁଲାଇଥିଲେ । ମୁଖ୍ୟ ବ୍ୟବହର୍ତା ରୂପେ ଲଲାଟେନ୍ଦୁ ସାହୁ ସଂକଳ୍ପ କରିଥିବା ବେଳେ ମାୟାଧର ବାରିକ ଓ ମାନସ ଦାଶ ଅନ୍ୟତମ ଶ୍ରୋତା ରୂପେ କାର୍ଯ୍ୟ ତୁଲାଇଥିଲେ କ୍ଷ ବିଶିଷ୍ଟ କଥାବାଚକ ପଣ୍ଡିତ ଅଶୋକ ଦାଶ ପ୍ରବଚନରେ ଭଗବତର ଦଶମ ସ୍କନ୍ଦ ର ଗୋପ ଲୀଳା ଓ ଦ୍ୱାରକା ଲୀଳାର ଉପାଖ୍ୟାନ ମାନ ଶ୍ରୋତା ମାନଙ୍କୁ ଶୁଣାଇଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ନାୟକ ସୁଧାକର ନାୟକ, ଅଜୟ ସାହୁ, ପର୍ଶୁରାମ ସାହୁ,ଅନିରୁଦ୍ଧ ସେଠୀ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରେମାନନ୍ଦ ନାୟକ, ପବନ ନାୟକ, ହୃଦାନନ୍ଦ ନାୟକ, ପ୍ରଭାକର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଆଜକୁ ୩୪ବର୍ଷ ପୂର୍ବେ ଗ୍ରାମର କିଛି ତରୁଣ ଏହି କାର୍ଯ୍ୟକ୍ରମ ରଜ ସମୟରେ ଆରମ୍ଭ କରି ଏହି ଗ୍ରାମରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଜନ ସମାରୋହ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିରଞ୍ଜନ ନାୟକ, ବଳରାମ ସେନାପତି, ନିର୍ମଳ ସେନାପତି, ସମ୍ବିତ ଦାଶ, ଗଗନ ନାୟକ, ରଞ୍ଜନ ସେନାପତି, ରତ୍ନାକର ସେନାପତି ପ୍ରମୁଖଙ୍କ ସମେତ ଦକ୍ଷିଣବାଡ଼ର ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ । ପୂର୍ଣ୍ଣାହୁତି ପରେ ପରେ ଆନନ୍ଦବଜାରରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।