Odiapua.com

ଭାଗବତପୁର ପଂଚାୟତ କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତେବାସୀ ପାଳିଲେ ଇଦପର୍ବ

କେନ୍ଦ୍ରାପଡ଼ା ୨୬/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କୋଭିଡ -୧୯ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଛି। ସେହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୩ ମୁସଲମାନ ସଂପ୍ରଦାୟର ଅନ୍ତେବାସୀମାନେ ପବିତ୍ର ଇଦ ଉଲ ଫିତର ଅବସରରେ ନମାଜ ପାଠ କରିଥିଲେ। ସେହି ଅନ୍ତେବାସୀ ମୁସଲମାନ ସଂପ୍ରଦାୟର ଭାଇମାନଙ୍କୁ ଇଦ ଉଲ ଫିତର ଉପଲକ୍ଷେ ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ, ବିଡିଓ ସୁଧିର କୁମାର ସିଂ, ସମାଜସେବୀ ପ୍ରମୋଦ କୁମାର ସାହୁ, ଖଗେଶ୍ୱର ସ୍ୱାଇଁ ଓ ଜୟନ୍ତ ସେଠୀ ପ୍ରମୁଖ ସରକାରଙ୍କ ସାମାଜିକ ଦ୍ୱରତା ରକ୍ଷାକରି ଇଦ ମୁବାରକ ଜଣାଇଥିଲେ।