Odiapua.com

ଭାଇଚାରା ଓ ସଦ୍‌ଭାବନାକୁ ସୁଦୃଢ କରିବାକୁ ଭଦ୍ରକ ମୁସଲିମ ଜମାତ ଓ ପୋଲିସ ପ୍ରଶାସନର ମିଳିତ ବୈଠକ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଇଚାରା ଓ ସଦ୍‌ଭାବନା ପରମ୍ପରାକୁ ଅଧିକ ସୁଦୃଢ କରିବାକୁ ଭଦ୍ରକ ପୁରୁଣାବଜାର ସ୍ଥିତ ମଦିନା ମଇଦାନ ସଭାଗୃହରେ ତରାୱି ନମାଜ ପାଠ ପରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଭଦ୍ରକ ମୁସଲିମ ଜମାତ ସଭାପତି, ଜାତୀୟ ପୁରସ୍କାର ପ୍ରାପ୍ତ ହାଜି ମହମ୍ମଦ ଅବଦୁଲ ବାରୀ ବାବୁଙ୍କ ପରଲୋକରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଧିତ କରାଯାଇଥିଲା । ଏହି ବୈଠକରେ ଭଦ୍ରକ ଏସ୍‌ପି ମାଡକର ସମ୍ବିତ ସମ୍ପଦ, ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଆଡିସନାଲ ଏସ୍‌ପି ଅରୂପ ଅଭିଷେକ ବେହେରା, ଆଡିସନାଲ ଏସ୍‌ପି(ଡିଆଇବି) ଅଂଶୁମାନ ଦିବେଦୀ, ସିଟି ଡିଏସପି ସମ୍ବିତ ମାଝୀ ଓ ପୁରୁଣା ବଜ଼ାର ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ସେହିଭଳି ଭଦ୍ରକ ମୁସଲିମ ଜମାତ ର ଉପ ସଭାପତି ତଥା ଅସ୍ଥାୟୀ ସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ, ସମ୍ପାଦକ ଶେଖ ସିରାଜୁଦ୍ଦିନ, ବରିଷ୍ଠ ସଭ୍ୟ ଏସ.ଏମ.ଫାରୁକ , ହାଜି କାଶିମ ଖାନ, ଆଇନଜୀବୀ ଶେଖ ଅବୁ ସୁଫିଆନ, ହାଜି ଫକରେ ଆଲାମ, ଜମିଲ ଅଖତର ଖାନ, ଇଂ,ରେଜାଏ ରସୁଲ , ଇଂ.ହବିବୁଲ୍ଲା ଖାନ, ଅସରଫ ଅଲି ଖାନ, ହାଜି ଅନୱର ହୋସେନ, ହାଜି ଅବୁ ହୋସେନ , ଅଖତର ଅଲି , ଇଂ.ମନାୱର ହୋସେନ, ଶେଖ ହବିବୁଲ୍ଲା, ମହେବୁବ ଖାନ୍‌, ସାହିଦ ହବିବ, ଇସଲାମ ଖାନ୍‌, ଜାହିଦ ସାହା, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ମିର୍ଜା ଏକ୍ରାମ ବେଗ, ଗୋଲାମ ମୋହିଦ୍ଦିନ , ସାହିଦ ଖାନ, ନାସର ଅଲି , ହଇଦର ଖାନ , ହସନ ଖାନ , ଶେଖ ଇମଦାଦ , ଫରୟାଦ ଖାନ , ଲାଲୁ ଖାନ, ତନୱିର ଖାନ , ସାହିଲ ଖାନ, ଯହିରୁଦ୍ଦିନ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସଂଚାଳକ ଭାବେ ମାଷ୍ଟର କବି ମୁସ୍ତାକ ଗୌହର ଦାୟିତ୍ୱ ତୁଳାଇ ଅତିଥି ମାନଙ୍କୁ କବିତା ଆବୃତି ଏବଂ କରତାଳି ରେ ମନମୁଗ୍ଧ କରିଥିଲେ । ବୈଠକରେ ଆସନ୍ତା ପବିତ୍ର ଇଦ୍‌-ଉଲ୍ଲ-ଫିତର ଓ ପବିତ୍ର ଶ୍ରୀରାମ ନବବୀ ମହୋତ୍ସବକୁ କିଭଳି ଉଭୟ ସମ୍ପ୍ରଦାୟ ପକ୍ଷରୁ ଭାଇଚାରା ଓ ସଦ୍‌ଭାବନା ବଜାୟ ରଖି ମିଳିତଭାବେ ଶାନ୍ତି, ଶୃଙ୍ଖଳାର ପାଳନ କରିବେ ସେ ନେଇ ବିଷଦ ଆଲୋଚନା ହୋଇ ସର୍ବ ସମ୍ମତି ନିଷ୍ପତି ହୋଇଥିଲ । ଉକ୍ତ ଦୁଇଟି ପ୍ରମୁଖ ପର୍ବକୁ ଉଭୟ ଗୋଷ୍ଠୀ ଭୟ, ହିଂସାକୁ ପରିହାର କରି ଆନନ୍ଦ ଓ ଉଲ୍ଳାସରେ ପାଳନ କରିବାକୁ ସମ୍ମତି ପ୍ରକାଶ କରିଥିଲେ ।