Odiapua.com

ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାସ୍ତରୀୟ ତୃତୀୟ ଲୋକକଳା ଦିବସ ପାଳିତ

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁମୋଦନ କ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କଳା ସଂସ୍କୃତି ସଂଘ, ଭଦ୍ରକ ଆନୁକୂଲ୍ୟରେ ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ଅନୁଷ୍ଠିତ ହୋଇ ଯାଇଛି । ପାରମ୍ପରିକ ଲୋକକଳାର ସମୃଦ୍ଧ ରାଜ୍ୟ ଓଡ଼ି।।ର ଲୋକକଳା ଓ ଲୋକକଳାଦଳ ଗୁଡ଼ିକୁ ଅଧିକ ଶକ୍ତିଶାଳୀ ତଥା କ୍ରିୟାଶୀଳ କରି ରଖିବାକୁ ବିଗତ ୧୦ ବର୍ଷ ଧରି ୟୁନିସେପ୍ ସହାୟତାରେ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ଚାଲିଛନ୍ତି । ତନ୍ମଧ୍ୟରୁ ୨୦୧୯ ମସିହାରେ ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଅବସରରେ ଜୁନ୍ ମାସ ୧୪ ତାରିଖକୁ ‘ଲୋକକଳା ଦିବସ’ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଏକ ସ୍ୱାଗତଯୋଗ୍ୟ ଘୋଷଣା । ଯାହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ଲୋକକଳାର ଅଧିକ ପ୍ରସାର ପ୍ରଚାର ହେବ ବୋଲି ଭର୍ଚୁଆଏ ମାଧ୍ୟମରେ ପାଳିତ ହୋଇଥିବା ଉକ୍ତ ସମାରୋହର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ମତବ୍ୟକ୍ତ କରିଥିଲେ । ଏଥି ସହିତ ପ୍ରତିମାସ ବିଭିନ୍ନ କଳା ସଂସ୍କୃତି ସଂଘର କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଜୁମ୍ ମିଟିଂରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ, ବରିଷ୍ଠ ପାଲାଗାୟକ ଲକ୍ଷ୍ମଣ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏମାନଙ୍କ ବ୍ୟତୀତ ଉପସଭାପତି ତ୍ରିଲୋଚନ ମଣ୍ଡା, ସତ୍ରବ୍ରତ ତ୍ରିପାଠୀ, ସନାତନ ପୁରୀଳ ପ୍ରଶାନ୍ତ ବେହେରା, ରବିନ୍ଦ୍ର ଜେନା, ନଗର କଳା ସଂସ୍କୃତି ସଂଘର ବରେନ୍ଦ୍ର ପ୍ରସାଦ ପରିଡା ପ୍ରମୁଖ ଭର୍ଚୁଆଲ ମିଟିଂରେ ଭାଗ ନେଇଥିଲେ । ବିଶିଷ୍ଟ କଳାକାର ଗୁରୁ ବାଦଲ ସିକ୍‌ଦାର, ଗାୟକ ଚନ୍ତାମଣି ନାୟକ, ସଂଗୀତ ନିର୍ଦ୍ଦେଶକ ସୁବାସ ରାମ, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ବାରିକ, ଗାୟକ ଶରତ ସୂତାର, ବିରଞ୍ଚି ତ୍ରିପାଠୀ, ଗାୟିକା ଜୟଶ୍ରୀ ପଲାଇ, ଉମାକାନ୍ତ ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।