Odiapua.com

ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଶପଥ ଗ୍ରହଣ ଉତ୍ସବ

କେନ୍ଦ୍ରାପଡ଼ା, ୫ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ନବ ନିର୍ବାଚିତ ସଭାପତି ଓ ସମସ୍ତ ନିର୍ଦେଶକମାନେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ରାପଡା ସମବାୟ ସମିତି ସମୁହର ନିବନ୍ଧକ ସନ୍ତୋଷ ଦାସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ପରିଚାଳକ ତାପସ ପ୍ରସାଦ ସିଂ, କୋପରେଟିଭ ଇନିସପେକ୍ଟର ସଚ୍ଚିଦାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଉପସ୍ଥିତ ନିର୍ଦେଶକମାନଙ୍କୁ ସମିତିର ମୂଳ ଲକ୍ଷ୍ୟ, କାର୍ଯ୍ୟକ୍ରମ, ଋଣ ପ୍ରଦାନ, ବକେୟା ଋଣ ଆଦାୟ ପ୍ରଭୃତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ବୈଠକରେ ନବ ନିର୍ବାଚିତ ସଭାପତି ଶ୍ରୀ ରାଉତଙ୍କ ସମେତ ନିର୍ଦେଶକ ଅକ୍ଷୟ କୁମାର ମନ୍ତ୍ରୀ, ଶାରଦା ପ୍ରସନ୍ନ ରାଉତ, ପ୍ରସନ୍ନ କୁମାର ମଲିକ, ଶ୍ରୀଧର ସାମଲ, ଗୈାରାଙ୍ଗ ଚରଣ ଲେଙ୍କା, ଅଗସ୍ତୀ ସେଣ, ଜ୍ଞାନରଞ୍ଜନ ରାଉତ, ସନ୍ତୋଷ କୁମାର ଦାସ, କିଶୋର କୁମାର ଜେନା, ବିଶ୍ୱଜିତ ସାମଲ, ମନୋରମା ସ୍ୱାଇଁ, ଅର୍ଚ୍ଚନା ନାୟକ, ତୁଳସୀ ସେଠୀ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ଶେଷରେ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମିତିର ସଭାପତି ଶ୍ରୀ ରାଉତଙ୍କ ସମେତ ସମସ୍ତ ନିର୍ଦେଶକ ଓ ସମବାୟ ସମିତିର ନିବନ୍ଧକ, କୋପରେଟିଭ ଇନିସପେକ୍ଟର ଏବଂ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମିତିର କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସାଦ ରାଉତ, ସ୍ମୃତିପ୍ରିୟଦର୍ଶିନୀ ଦାସ ପ୍ରମୁଖ ସହଯୋଗ କରିଥିଲେ।