Odiapua.com

ଭରତପୁର ପଂଚାୟତରେ ୬୫ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

କେନ୍ଦ୍ରାପଡା ୩୧/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ଏକ ୬୫ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ପର୍ଯ୍ୟବେକ୍ଷଣ ଗୃହ) ଖୋଲାଯାଇଛି। ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷା ଶ୍ରମ ପରିସରରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ତତ୍ୱାବଧାନରେ ୮ଟି ଶ୍ରେଣୀଗୃହରେ ୬୫ଟି ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି। ଏଥିସହିତ ଶିକ୍ଷାଶ୍ରମ ପରିସରରେ ୧୭ଟି ପାଇଖିନା, ୬ଟି ପରିଶ୍ରାଗାର, ପିଇବା ପାଇଁ ଆକୁଆଗାର୍ଡ ପାଣି ମଧ୍ୟ ପ୍ରସ୍ତୁତ ରଖାଯାଇଥିବା ସରପଂଚ ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି।