Odiapua.com

ଭରଚୁଆଲ ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ପାଇଁ ଚାଲିଛି ବାବା ଧବଳେଶ୍ୱରଙ୍କ ଦର୍ଶନ 

କଟକ, ୪/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଦର୍ଶନ ଆଜିଠାରୁ ଭରଚୁଆଲ ମୋଡ଼ରେ ଆରମ୍ଭ ହୋଇଛି। କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଧବଳେଶ୍ୱରଙ୍କ ନିକଟକୁ ନଯିବା ପାଇଁ କଟକଣା ଲଗାଯାଇ ୧୪୪ଧାରା ଜାରିକରାଯାଇଛି। ଭକ୍ତମାନେ ଗେଟ ନିକଟରେ ଲଗାଇଥିବା ଏଲ ଇ ଡି ପର୍ଦାରେ ଦର୍ଶନ କରୁଛନ୍ତି। ପ୍ରବେଶ ଦ୍ୱାର ନିକଟରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି। ପଞ୍ଚୁକ ପଞ୍ଚଦିନ ଓ ବଡ଼ଓଷା ଭୋଗ ଏହି ଗେଟ ନିକଟରେ ମିଳିବାର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ମହାନଦୀ ରେଡ଼ଙ୍ଗା ରେ ମଧ୍ୟ ଯିବାକୁ ବାରଣ କାରାଯାଇ ପୀଠରେ ୧୪୪ଜାରୀ ହୋଇଛି। ଉଲ୍ଲେଖ ନୀୟ ଯେ, ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲକୁ ମରାମତି ପାଇଁ ବନ୍ଦ ରଖାଯାଇଛି।