ଭୁବନେଶ୍ୱର;୨୨,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଉତ୍ତର ପ୍ରଦେଶର ଅଯୋଧ୍ୟା ରେଳ ଷ୍ଟେସନଟିକୁ ନୂଆ ରୂପରେଖ ଦିଆଯାଇ ଭବ୍ୟ ରାମ ମନ୍ଦିର ଶୈଳୀରେ ନିର୍ମାଣ କରାଯିବ।ଏକଥା କହିଛନ୍ତି ରେଳ ରାଜ୍ୟ ମନ୍ତ୍ରୀ ମନୋଜ ସିହ୍ନା।ଏଥିପାଇଁ ୮୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।ବିବାଦୀୟ ରାମ ଜନ୍ମଭୂମି ସ୍ଥଳରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ମଡେଲର ରୂପରେଖ ଅଯୋଧ୍ୟା ରେଳ ଷ୍ଟେସନକୁ ଦିଆଯିବ।ଏହା ସହ ବାରାବଙ୍କିରୁ ଜାଫରାବାଦ ରେଳ ଲାଇନକୁ ଦୋହାରିକରଣ କରାଯିବ।ଏଥିପାଇଁ ୧୧୬୬କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଇଛି।ଏହି କାମ ଜୁନ ମାସରୁ ଆରମ୍ଭ ହୋଇ ୨୦୨୧ ସୁଧା ସଂପୂର୍ଣ୍ଣ ହେବ।ଏହା ସହ ଦେଶର ଗ୍ରାମାଞ୍ଚଳରେ ଥିବା ଷ୍ଟେସନ ଗୁଡ଼ିକୁ ହାଇସ୍ପୀଡ଼ ଇଣ୍ଟରନେଟ ୱାଇଫାଇ ସହ ସଂଯୋଗ କରାଯିବ।ଦେଶର ଅଢ଼େଇ ଲକ୍ଷ ଗାଁ’କୁ ହାଇସ୍ପିଡ ଇଣ୍ଟରନେଟ ସଂଯୋଗ ଯୋଜନା ଭିତରେ ୨୦୧୭ ସୁଧା ୧ଲକ୍ଷ ଗାଁ’କୁ ଏହି ସେବା ଯୋଗାଇ ଦିଆଯାଇଛି। ଏବଂ ୨୦୧୯ ସୁଧା ଅବଶିଷ୍ଟ ଦେଢ଼ ଲକ୍ଷ ଗାଁ’କୁ ଏଥିରେ ସାମିଲ କରାଯିବ ବୋଲି ରେଳରାଜ୍ୟ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି।
ଭବ୍ୟ ରାମ ମନ୍ଦିର ଶୈଳୀରେ ହେବ ଅଯୋଧ୍ୟା ରେଳ ଷ୍ଟେସନ
