କଳାହାଣ୍ଡି ୧୦.୦୮ (ଓଡ଼ିଆ ପୁଅ/ଦୁଷ୍ମନ୍ତ ପଣ୍ଡା) ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ଭୁବନେଶ୍ବର ପକ୍ଷରୁ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ନମୁନା ପଞ୍ଜୀକରଣ ପଦ୍ଧତିର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀ ଶୁଭେନ୍ଦୁ ମୁଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ବର ଜନଗଣନା ନିର୍ଦ୍ଦେଶାଳୟରୁ ଆସିଥିବା ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୟକୃଷ୍ଣ ଭୋଇ, ନୋଡାଲ ଅଫିସର ଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ନାଏକ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ନାଏକ ଏବଂ ସହକାରୀ ପ୍ରଶିକ୍ଷକ ରଞ୍ଜନ କୁମାର ମେହେର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରୁ ଆସିଥିବା ୩୪ ଜଣ ସାମୟିକ ଗଣନା କାରୀମାନଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ସଠିକ୍ ତଥ୍ୟ ସଂଗ୍ରହ କରି ଭାରତର ମହା ପଞ୍ଜିକାରଙ୍କ ଦ୍ଵାରା ବିକଶିତ ୱେବ୍ ପୋର୍ଟାଲ୍ ରେ କିପରି ଅପଲୋଡ କରିବେ ତାହାର ବିଶଦ ଆଲୋଚନା କରିଥିଲେ।
ଭବାନୀପାଟଣାରେ ଭାରତ ସରକାରଙ୍କ ନମୁନା ପଞ୍ଜୀକରଣ ପଦ୍ଧତି (Sample Registration System)ରେ ମୋବାଇଲ ଆପ୍ ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
